ndtv.in
ନୂଆଦିଲ୍ଳୀ: ଗତ ମାସ କୋର୍ଟ କାଗଜରେ ଦସ୍ତଖତ କରି ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କୁ ବିବାହ କରିଥିଲେ ବିବାଦୀୟ ରାଜନୈତିକ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ସ୍ବରା ଭାସ୍କର। ଅଚାନକ ସ୍ବରାଙ୍କର ଏହି ବିବାହ ପ୍ରଶଂସକଙ୍କୁ ଚମକାଇ ଦେଇଥିଲା। ଏବେ ସୂଚନା ମିଳିଛି ଯେ ସ୍ବରା ପୁଣି ଥରେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କ ସ୍ବାମୀଙ୍କୁ ବିବାହ କରିବେ।
ତେବେ ସେମାନଙ୍କ ବିବାହର ନିମନ୍ତ୍ରଣ କାର୍ଡ ବି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସେହି କାର୍ଡରେ କିଛି ସ୍ବତନ୍ତ୍ର ବାର୍ତ୍ତା ବି ରହିଛି। ଯେଉଁ କାରଣରୁ କାର୍ଡଟି ଭାଇରାଲ୍ ହୋଇ ଚାଲିଛି।
ସୂଚନା ରହିଛି ଯେ ସ୍ବରା ଓ ଅହମ୍ମଦଙ୍କ ବିବାହ ରୀତି ଆଗାମୀ ସପ୍ତାହରେ ଦିଲ୍ଲୀରେ ହେବାକୁ ସ୍ଥିର ହୋଇଛି। ପରିବାର ଲୋକ ଓ ସଂପର୍କୀୟଙ୍କ ଉପସ୍ଥିତରେ ଆଗାମୀ ୧୫-୧୬ ତାରିଖରେ ଦୁହେଁ ରୀତି ଅନୁସାରେ ବିବାହ କରିବେ।
ହୋଲି ପରେ ପରେ ମାର୍ଚ ୧୧ ତାରିଖକୁ ସେମାନଙ୍କ ପ୍ରି-ୱେଡିଂ ବା ବିବାହ ପୂର୍ବର ରୀତି ସବୁ ଆରମ୍ଭ ହୋଇଯିବ। ତେବେ ଇନ୍ଷ୍ଟାରେ ସେୟାର୍ ହୋଇଥିବା ନିମନ୍ତ୍ରଣ କାର୍ଡଟିକୁ ଭଲ କରି ଦେଖିଲେ ଆପଣ ସେଥିରୁ ଅନେକ ବାର୍ତ୍ତା ପାଇଯିବେ।
କାର୍ଡରେ ସ୍ବରା ଓ ଫହାଦଙ୍କ ବ୍ୟତୀତ ଆପଣ ଏକ ବିଲେଇକୁ ବି ଦେଖିପାରିବେ। ଏହା ଛଡ଼ା ଭାରତର ଅଗଣତି ଲୋକ, ଥିଏଟର୍ରେ ଚାଲୁଥିବା ଶାହାରୁଖ୍ ଓ କାଜଲଙ୍କ ‘ଡିଡିଏଲ୍ଜି’ ଚଳଚ୍ଚିତ୍ର ଆପଣଙ୍କୁ ନଜର ଆସିବ।
Follow Us