ବିବାହର ତିନିମାସ ପରେ ଜୀବନକୁ ପଶି ଆସିଥିବା ସଉତୁଣୀକୁ ନେଇ କ’ଣ କହିଲେ ସ୍ବରା ଜାଣନ୍ତୁ

Advertisment
ବିବାହର ତିନିମାସ ପରେ ଜୀବନକୁ ପଶି ଆସିଥିବା ସଉତୁଣୀକୁ ନେଇ କ’ଣ କହିଲେ ସ୍ବରା ଜାଣନ୍ତୁ

ନୂଆଦିଲ୍ଲୀ: ବିବାହର ତିନିମାସ ପରେ ସ୍ବରା ଜୀବନରେ ସୌତନ୍- ଏହି ଶୀର୍ଷକ ପଢ଼ିଲା ପରେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସି ସାରିବଣି। କିଏ ଏଇ ସୌତନ ବା ସଉତୁଣୀ ?  ସ୍ବରା ଏହି ସୌତନଙ୍କୁ ନେଇ କ’ଣ କହିବାକୁ ଚାହାନ୍ତି।

ଆସନ୍ତୁ ଜାଣିବା ଘଟଣାଟି କ’ଣ?

ବଲିଉଡ୍ ଅଭିନେତ୍ରୀ  ସ୍ବରା ଭାସ୍କର ହଠାତ ନିଜର ବିବାହ କଥାକୁ ପ୍ରକାଶ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥି‌ଲେ। ସେ ପ୍ରଥମେ କୋର୍ଟରେ ମ୍ୟାରେଜ କରିବା ପରେ ପରମ୍ପରା ଅନୁଯାୟୀ ପୁଣିଥ‌ରେ ରୀତିନୀତିରେ ବିବାହ କରିଥିଲେ।  ସେ ସମାଜବାଦୀ ପାର୍ଟିର ନେତା ଫହାଦ ଅହମଦକୁ ବିବ‌ାହ କରି ଚର୍ଚ୍ଚାରେ ରହିଛନ୍ତି।

ସ୍ବରା ନିକଟରେ ପ୍ରକାଶ କରିଛନ୍ତି କି ତାଙ୍କ ଜୀବନକୁ ସୌତନ୍ ବା ସଉତୁଣୀ ପ୍ରବେଶ କରିଛନ୍ତି। ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଏଇ ସଉତୁଣୀ ଆଉ କେହି ନୁହନ୍ତି। ତାଙ୍କ ସ୍ବାମୀଙ୍କ ପ୍ରିୟ ସାଙ୍ଗ ଆରିସ କମର, ଯାହାଙ୍କୁ ସ୍ବରା ସୌତନ୍ ବୋଲି କହିଥାଆନ୍ତି। କାରଣ ସେ ଫହାଦଙ୍କ ପାଖେ ପାଖେ ରହିଥାଆନ୍ତି।

ନିକଟ‌‌ରେ ଆରିସ କମରଙ୍କ ଜନ୍ମଦିନ ଥିଲା। ସେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଥିଲେ, ‘ତୁମକୁ ଜନ୍ମଦିନର ଅନେକ ଶୁଭେଚ୍ଛା। ପ୍ରତି ମୁହୂର୍ତ୍ତରେ ଆମ ସହିତ ରହିଥିବାରୁ ତୁମକୁ ଅଶେଷ ଧନ୍ୟବାଦ। ତୁମର ଆଗାମୀ ଜୀବନ ଶୁଭଙ୍କର ହେଉ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe