ସଫଳ ଅଭିନେତା ଏବଂ ନିର୍ଦ୍ଦେଶକମାନଙ୍କ ସମସ୍ତ ଭୁଲକୁ କରାଯାଏ କ୍ଷମା

Advertisment

ମାଲାୟାଲମ୍ ଇଣ୍ଡଷ୍ଟ୍ରିକୁ ନେଇ ଦେଖା ଦେଇଥିବା ବିବାଦ ମଧ୍ୟରେ ଅଭିନେତ୍ରୀ ସ୍ୱରା ଭାସ୍କର ବଲିଉଡକୁ ଟାର୍ଗେଟ କରି ଏକ୍ସ ମାଧ୍ୟମରେ ସଫଳ ଅଭିନେତା ଏବଂ ନିର୍ଦ୍ଦେଶକମାନଙ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି

Updated On

ମାଲାୟାଲମ୍ ଇଣ୍ଡଷ୍ଟ୍ରିକୁ ନେଇ ଦେଖା ଦେଇଥିବା ବିବାଦ ମଧ୍ୟରେ ଅଭିନେତ୍ରୀ ସ୍ୱରା ଭାସ୍କର ବଲିଉଡକୁ ଟାର୍ଗେଟ କରି ଏକ୍ସ ମାଧ୍ୟମରେ ସଫଳ ଅଭିନେତା ଏବଂ ନିର୍ଦ୍ଦେଶକମାନଙ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି

ଅଦ୍ୟତନ ହୋଇଛି
yi


ନୂଆଦିଲ୍ଲୀ: ହେମା କମିଟି ରିପୋର୍ଟ ପରେ ମାଲାୟାଲମ୍ ଇଣ୍ଡଷ୍ଟ୍ରିରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ରିପୋର୍ଟ ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ମୁଖା ଖୋଲି ଦେଇଛି।

ମାଲାୟାଲମ୍ ଇଣ୍ଡଷ୍ଟ୍ରିକୁ ନେଇ ଦେଖା ଦେଇଥିବା ବିବାଦ ମଧ୍ୟରେ ଅଭିନେତ୍ରୀ ସ୍ୱରା ଭାସ୍କର ବଲିଉଡକୁ ଟାର୍ଗେଟ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଏହି ଶୋଷଣ କେବଳ ସାଉଥ ଇଣ୍ଡଷ୍ଟ୍ରିରେ ସୀମିତ ନୁହେଁ, ବଲିଉଡରେ ମଧ୍ୟ ଏହା ଚାଲିଛି।
ମୋତେ ଶେଷରେ ହେମା କମିଟି ରିପୋର୍ଟ ପଢ଼ିବାର ସୁଯୋଗ ମିଳିଥିଲା। ସର୍ବପ୍ରଥମେ ଓମେନ ସିନେମା କଲେକ୍ଟିଭ୍ (ଡବ୍ଲୁସିସି)କୁ କୃତଜ୍ଞତା ଜଣାଇବାକୁ ଚାହିଁବି। କାରଣ ଡବ୍ଲୁସିସି ମହିଳାଙ୍କ ଉପରେ ହେଉଥିବା ହିଂସା ଏବଂ ଶୋଷଣ ବିରୁଦ୍ଧରେ କ୍ରମାଗତ ଭାବରେ ସ୍ୱର ଉତ୍ତୋଳନ କରିବାରେ ଲାଗିଛି। 

ଏହି କମିଟିର ରିପୋର୍ଟ ପଢ଼ିବା ପରେ ମୋ ହୃଦୟକୁ ବହୁତ ବାଧିଛି। କାରଣ ମୁଁ ଏସବୁକୁ ଅତି ନିକଟରୁ ଦେଖିଛି । ହୋଇପାରେ ଏହି ଘଟଣାଗୁଡ଼ିକର ନିର୍ଦ୍ଦିଷ୍ଟତା ଭିନ୍ନ ହୋଇପାରେ, ସବିଶେଷ ତଥ୍ୟ ଭିନ୍ନ ହୋଇପାରେ, କିନ୍ତୁ ମୁଁ ଏହି ଘଟଣା ବିଷୟରେ ଭଲ ଭାବରେ ଜାଣିଛି ।

 ଇଣ୍ଡଷ୍ଟ୍ରିରେ ସଫଳ ଅଭିନେତା ଏବଂ ନିର୍ଦ୍ଦେଶକମାନଙ୍କୁ ଭଗବାନଙ୍କ ସହିତ ତୁଳନା କରାଯାଏ। ସେମାନେ ଯାହା ବି ଭୁଲ କରନ୍ତି, ସବୁକିଛି କ୍ଷମା କରାଯାଇଥାଏ । ଏସବୁକୁ ନେଇ ଆପଣ ଯଦି ମୁହଁ ଖୋଲିବେ ତେବେ ଏହା ଆପଣଙ୍କୁ ମହଙ୍ଗା ପଡ଼ିପାରେ ଓ ପଡ଼ିଛି ମଧ୍ୟ। ତେଣୁ ଅନେକ ପୀଡ଼ିତା ଆଜି ପର୍ଯ୍ୟନ୍ତ ଚୁପ ଅଛନ୍ତି।’

 ଅଧିକପଢ଼ନ୍ତୁ ଦୀର୍ଘ ୩୦ବର୍ଷ ପରେ ଏହି ସିନେମାରେ ଏକାଠି ନଜର ଆସିବେ ଏହି ଦୁଇ ସୁପରଷ୍ଟାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe