ସ୍ୱାମୀ ହରିବାରୁ ଇଭିଏମ ମେସିନ ସହ ବିଜେପି ଉପରେ ପ୍ରଶ୍ନ ଉଠାଇଲେ ସ୍ଵରା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦଙ୍କ ପରାଜୟ ପରେ ଅଭିନେତ୍ରୀ ଗୋଟିଏ ପରେ ଗୋଟିଏ ଅନେକ ପ୍ରଶ୍ନ ନିର୍ବାଚନ ଆୟୋଗଙ୍କୁ ପଚାରିଛନ୍ତି।

swarab

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ତାଙ୍କ ପ୍ରତିଦ୍ବନ୍ଦ୍ବୀ ସନା ମଲିକ ତାଙ୍କୁ ଅଣୁଶକ୍ତି ନଗର ବିଧାନସଭା ଆସନରୁ ପରାସ୍ତ କରିଛନ୍ତି। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ହୋଇଥିଲା। ଅଣୁଶକ୍ତି ନଗର ଆସନ ପାଇଁ ଚାଲିଥିବା ଗଣନା ଶେଷ ହେବା ପରେ ଫହାଦ ପଛରେ ରହିଯାଇଥିବା ଜଣାପଡିଛି  | ଏହି ଆସନରୁ ଏନସିପି ନେତା ନବାବ ମଲିକଙ୍କ ଝିଅ ସନା ମଲିକ, ଫହାଦ ଅହମ୍ମଦଙ୍କୁ ପରାଜୟର ସ୍ୱାଦ ଚଖାଇଛନ୍ତି ।

ସ୍ୱାମୀ ହାରିବା ପରେ ଏବେ ସ୍ଵରା ଏକ୍ସରେ ପୋଷ୍ଟ କରି ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଛନ୍ତି | ସେ ଲେଖିଛନ୍ତି ଯେ, “ପୂରା ଦିନ ଭୋଟ୍ ଚାଲିବା ପରେ ମଧ୍ୟ ଇଭିଏମ୍ ମେସିନରେ ୯୯% ଚାର୍ଜ ରହିପାରିବ କି? ନିର୍ବାଚନ ଆୟୋଗ ଏହାର ଉତ୍ତର ଦେବା ଉଚିତ୍ | ଅଣୁଶକ୍ତି ନଗର ଆସନରେ ଯେତେବେଳେ ୯୯% ଚାର୍ଜ ଥିବା ଇଭିଏମ ମେସିନ୍ ଖୋଲାଯାଇଥିଲା, ସେତେବେଳେ ହଠାତ ବିଜେପି ସମର୍ଥିତ ଏନସିପିକୁ କିପରି ଭୋଟ୍ ମିଳିବା ଆରମ୍ଭ ହେଲା?

ଏହି ପୋଷ୍ଟକୁ ସେୟାର କରି ସେ ଆଉ ଏକ ପୋଷ୍ଟ କରିଥିଲେ | ସେଥିରେ ଲେଖାଥିଲା, ପ୍ରଥମେ ଫହାଦ ଆଗରେ ଥିଲେ | ଏହା ପରେ ୯୯% ଚାର୍ଜ ଥିବା ଇଭିଏମ ମେସିନ୍ ଖୋଲାଯାଇଥିଲା ଏବଂ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଆଗକୁ ବଢି ଯାଇଥିଲେ | ସାରାଦିନ ଭୋଟିଂ ହୋଇଥିବା ମେସିନରେ ୯୯% ଚାର୍ଜ ରହିବା ସମ୍ଭବ କି? ଏବେ ସ୍ଵରାଙ୍କ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe