Advertisment

ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା

Advertisment
ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା

ଭୁବନେଶ୍ୱର: ଏବେ ଜଣେ ଅଭିନେତାଙ୍କୁ ଅଧିକାଂଶ ଓଡ଼ିଆ ସିନେମାରେ ଦେଖିବାକୁ ମିଳୁଛି। ଏହି ଓଲିଉଡ୍‌ ଅଭିନେତା ଜଣକ ହେଲେ ବବି ମିଶ୍ର।
୨୦୧୮ରେ ଏଯାଏଁ ବବି ମିଶ୍ରଙ୍କୁ ଦର୍ଶକ ହାପି ଲକି, ଦୀପୁ ଦ ଡ୍ୟାନ୍ସ ବୟ , ଇଶ୍କ ପୁଣି ଥରେ ଓ ସୁନ୍ଦରଗଡର ସଲମାନ୍‌ ଖାନ୍‌ ଆଦି ଓଡ଼ିଆ ଛବିରେ ଦେଖି ସାରିଲେଣି। ଏବେ ତାଙ୍କ ଅଭିନୀତ କେତୋଟି ସିନେମା ରିଲିଜ୍‌ ପାଇଁ ରହିଛି। ଏହି ଫିଲ୍ମ ଗୁଡିକ ମଧ୍ୟରେ ରହିଛି ‘ନାୟକର ନାଆଁ ଦେବଦାସ’, ‘ଯୋଉଠି ଥିଲେ ବି ତୁ ମୋର’, ‘ଲଭ ଏକ୍ସପ୍ରେସ୍‌’ଏବଂ ‘ପ୍ରେମ ପାଇଁ ମହାଭାରତ’ ଆଦି।
‘ଲଭ ଏକ୍ସପ୍ରେସ’ରେ ବବି ମିଶ୍ରଙ୍କୁ ଏକ ହାସ୍ୟ ଚରିତ୍ରରେ ଦର୍ଶକ ଦେଖିବାକୁ ପାଇବେ। ଏହି ଫିଲ୍ମରେ ସେ ନାୟକର ବଡ଼ ଭାଇ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ବବି ମିଶ୍ର ନାୟକ ସ୍ୱରାଜଙ୍କ ବଡ଼ଭାଇ ଚରିତ୍ରରେ ନଜର ଆସିବେ।
ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲାଙ୍କ ସହ ବବି ମିଶ୍ର ପ୍ରାୟ ନଅ ବର୍ଷ ପରେ କାମ କରୁଛନ୍ତି। ବବି ପୂର୍ବରୁ ସୀତାରାମଙ୍କ ଫିଲ୍ମ ‘ଅଭିମନ୍ୟୁ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

publive-image
‘ଲଭ ଏକ୍ସପ୍ରେସ’ରେ ନିଜର ଭୂମିକାକୁ ନେଇ ସେ ଯେତିକି ଉତ୍ସାହିତ ଅଛନ୍ତି, ସୀତାରାମ ଅଗ୍ରଓ୍ଵାଲଙ୍କ ଯୋଜନା ସଂସ୍ଥାକୁ ଫେରି ଠିକ୍‌ ସେତିକି ଆନନ୍ଦିତ ଅଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe