ଏଇ ଓଲିଉଡ଼ ନାୟକ ଏବେ ଶିବାନୀଙ୍କ ପ୍ରେମିକ

ଏଇ ଓଲିଉଡ଼ ନାୟକ ଏବେ ଶିବାନୀଙ୍କ ପ୍ରେମିକ

ଭୁବନେଶ୍ୱର: ନିକଟରେ ଆରମ୍ଭ ହୋଇଛି ଏକ ନୂଆ ଓଡିଆ ସିନେମାର ସୁଟିଂ । ଏହି ପିଲ୍ମର ନିଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା(ଚଣ୍ଡୀ)। ରାଜେଶ ବପଲିନ୍‌ ଏହି ସିନେମାର ପ୍ରଯୋଜନା କରୁଛନ୍ତି। ଏହି ସିନେମାରେ ପ୍ରଥମ ଥରଲାଗି ଓଲିଉଡର ଲୋକପ୍ରିୟ ନାୟକ ସ୍ୱରାଜ ଓ ନାୟିକା ଶିବାନୀ ଏବେ ଏକାଠି ଆସୁଛନ୍ତି। ସ୍ୱରାଜ-ଶିବାନୀଙ୍କ ଯୋଡ଼ିକୁ ନେଇ ଯେଉଁ ଓଡ଼ିଆ ସିନେମା ନିର୍ମିତ ହେଉଛି,ତାହାର ଟାଇଟଲ୍‌ ରହିଛି ‘ଦିଲ୍‌ ମୋର ମାନେନା’। ଏହା ଏକ ଟିନ୍‌ ଏଜ୍‌ ଲଭ ଷ୍ଟୋରିି। ଏଥିରେ ଶିବାନୀଙ୍କ ପ୍ରେମିକ ଭୂମିକାରେ ଅଛନ୍ତି ସ୍ୱରାଜ।

ଓଲିଉଡ଼ରେ ନାୟକ ଭାବେ ସ୍ୱରାଜ ବେଶ୍‌ ଲୋକପ୍ରିୟତା ହାସଲ କରିସାରିଲେଣି। ସେ ଶିଶୁ କଳାକର ଭାବେ ଓଲିଉଡରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାଙ୍କୁ ତରଙ୍ଗ ସିନେ ପ୍ରଡକସନ୍‌ସ ୨୦୧୭ରେ ‘ତୁ ମୋ ଲଭ ଷ୍ଟୋରି’ରେ ହିରୋ ଭାବେ ବ୍ରେକ୍‌ ଦେଇଥିଲେ। ଏହି ଫିଲ୍ମରେ ନାୟିକା ଭୂମିକା ନିଭାଇଥିଲେ ନବାଗତ ଭୂମିକା,ଯିଏ ବି ଶିଶୁ କଳାକାରରୁ ହିରୋଇନ୍‌ ବନିଥିଲେ।

publive-image
ଏହା ପରେ ସ୍ୱରାଜ୍‌ ‘ଲୈଲା ଓ ଲୈଲା’ଏବଂ ‘ଲଭ୍‌ ଏକ୍ସ ପ୍ରେସ୍‌’ଭଳି ସିନେମାରେ ଅଭିନୟ କରିଛନ୍ତି। ଠିକ୍‌ ସେହିପରି ଶିଶୁ କଳାକାରରୁ ନାୟିକା ବନି ବେଶ୍‌ ଚର୍ଚ୍ଚାରେ ଅଛନ୍ତି ଶିବାନୀ।ତାଙ୍କୁ ତରଙ୍ଗ ସିନେ ପ୍ରଡକସନ୍‌ସ ୨୦୧୭ରେ ‘ସିଷ୍ଟର ଶ୍ରୀଦେବୀ’ସିନେମାରେ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକାଭାବେ ବ୍ରେକ୍‌ ଦେଇଥିଲେ। ୨୦୧୮ରେ ଦର୍ଶକ ଅନୁଭବଙ୍କ ବିପକ୍ଷରେ ‘ପ୍ରେମ କୁମାର’ରେ ଦେଖିବାକୁ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe