ଅନେକ ଦିନର ଅପେକ୍ଷା ପରେ ରିଲିଜ ହେଲା ରଣଦୀପ ହୁଡ୍ଡାଙ୍କ ଅଭିନୀତ ସିନେମା 'ସ୍ୱତନ୍ତ୍ର ବୀର ସାବରକର'

Advertisment
ଅନେକ ଦିନର ଅପେକ୍ଷା ପରେ ରିଲିଜ ହେଲା ରଣଦୀପ ହୁଡ୍ଡାଙ୍କ ଅଭିନୀତ ସିନେମା 'ସ୍ୱତନ୍ତ୍ର ବୀର ସାବରକର'

ମୁମ୍ବାଇ: ଅନେକ ଦିନ ଅପେକ୍ଷା କରିବା ପରେ ଶେଷରେ ଅଭିନେତା ରଣଦୀପ ହୁଡ୍ଡାଙ୍କ ସିନେମା 'ସ୍ୱତନ୍ତ୍ର ବୀର ସାବରକର'ର ଟିଜର ରିଲିଜ ହୋଇଛି। ଏହି ସିନେମା ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ଜୀବନୀ ଉପରେ ଆଧାରିତ । ଆଜି ବୀର ସାବରକରଙ୍କର ୧୪୦ତମ ଜନ୍ମଜୟନ୍ତୀ ଅବସରରେ ଏହି ଟିଜର ରିଲିଜ କରାଯାଇଛି ସେହିପରି ସ୍ୱାଧୀନତା ସଂଗ୍ରାମୀଙ୍କ ୧୩୯ତମ ଜୟନ୍ତୀରେ ସିନେମାର ପୋଷ୍ଟର ରିଲିଜ କରାଯାଇଥିଲା।

ତେବେ ରଣଦୀପଙ୍କ ଅଭିନୀତ ସିନେମାର ଟିଜରକୁ ଦେଖି ଦର୍ଶକଙ୍କ ଲୋମମୂଳ ଟାଙ୍କୁରି ଉଠିଛି। ଏଥିସହିତ ଦର୍ଶକ ସିନେମା ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି।

ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ଆଗାମୀ ବାୟୋପିକରେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ବୀର ସାବରକରଙ୍କ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମକୁ ନିର୍ମାଣ ଏବଂ ପ୍ରଯୋଜନା ସନ୍ଦୀପ ସିଂହ ଏବଂ ଆନନ୍ଦ ପଣ୍ଡିତ କରିଛନ୍ତି। ।

ସିନେମା ଟିଜରରେ ବୀର ସାବରକରଙ୍କ ଭୂମିକାରେ ନଜର ଆସୁଥିବା ରଣଦୀପଙ୍କୁ ଚାଲୁଥିବା ପ୍ରଥମେ ଦେଖିବାକୁ ମିଳୁଛି। ଏହାପରେ ସହରରେ ନିଆଁ ଲାଗି ଯାଉଛି। ଏତିକି ବେଳେ ରଣଦୀପ ନଦୀକୁ ଡେଇଁ ପଡ଼ୁଛନ୍ତି। କେବଳ ଏତିକି ନୁହେଁ ରଣବୀରଙ୍କୁ ବ୍ରିଟିଶ ପୁଲିସ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe