ସ୍ୱିମିଂ ପୁଲ୍‌ରେ ବୁଡ଼ି ଯାଉଯାଉ ବଞ୍ଚିଯାଇଥିଲି: ତାପସୀ

ସ୍ୱିମିଂ ପୁଲ୍‌ରେ ବୁଡ଼ି ଯାଉଯାଉ ବଞ୍ଚିଯାଇଥିଲି: ତାପସୀ

jagran.com

ଅଭିନେତ୍ରୀ ତାପସୀ ପନ୍ନୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଛନ୍ତି। ପ୍ରଶଂସକଙ୍କ ପାଇଁ ପ୍ରତିଦିନ କିଛି ନା କିଛି ପୋଷ୍ଟ କରୁଛନ୍ତି। ଏହି ଅବସରରେ ତାପସୀ ସ୍ବିମିଂ ପୁଲ୍‌ରେ ଥିବା ସମୟର ଏକ ଫଟୋ ସେୟାର କରି କ୍ୟାପ୍ସନ ଲେଖିଛନ୍ତି ‘ସେ ଦିନ ଥିଲା’। ସେ ସେୟାର କରିଥିବା ଫଟୋଟି ଏକ ବିଜ୍ଞାପନ ଫିଲ୍ମ ସୁଟିଂ ସମୟର। ଏ ସମ୍ପର୍କରେ ମତ ରଖି ସେ କହିଛନ୍ତି, ଯେବେ ମୁଁ ପିଲା ଥିଲି ସେତେବେଳେ ମୋ ସହ ଏକ ଭୟଙ୍କର ଘଟଣା ଘଟିଥିଲା। ମୁଁ ବୁଡ଼ିଯିବାରୁ ବଞ୍ଚି ଯାଇଥିଲି। ଏହା ପରେ ମତେ ପହଁରିବାକୁ ଡର ଲାଗୁଥିଲା। ୯ ବର୍ଷ ପୂର୍ବେ ନିଜ ଡରକୁ ନିୟନ୍ତ୍ରଣ କରିଥିଲି। ମୋର ମନେ ଅଛି ଯେ, ଯୁବ ବୟସରେ ମୁଁ ପିଲାମାନଙ୍କ ସହ ପହଁରା ଶିଖିଥିଲି। ମତେ ସେତେବେଳେ ଲାଗିଥିଲା କୌଣସି ଜିନିଷ ଶିଖିବାରେ ନିର୍ଦିଷ୍ଟ ବୟସ ସୀମା ନଥାଏ। ବୋଧହୁଏ ମୋ ଭିତରେ ଏବେ ବି ସେଇ ପିଲାଟି ବଞ୍ଚି ରହିଛି। ତାପସୀଙ୍କ ଏହି ପୋଷ୍ଟକୁ ପ୍ରଶଂସକ ବହୁତ ପସନ୍ଦ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe