ତାପସୀଙ୍କୁ ବି-ଗ୍ରେଡ୍‌ କଳାକାର କହିବା ପରେ କଙ୍ଗନାଙ୍କ ଉଦ୍ଦେଶ୍ୟରେ ପ୍ରତିକ୍ରିୟା

ତାପସୀଙ୍କୁ ବି-ଗ୍ରେଡ୍‌ କଳାକାର କହିବା ପରେ କଙ୍ଗନାଙ୍କ ଉଦ୍ଦେଶ୍ୟରେ ପ୍ରତିକ୍ରିୟା

Hindi Rush

ଅଭିନେତ୍ରୀ କଙ୍ଗନା ରଣାୱତ ନିକଟ‌ରେ ‘ପିଙ୍କ୍‌’ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ବି-ଗ୍ରେଡ୍‌ କଳାକାର ବୋଲି କହିଥିଲେ। ସେ କହିଥିଲେ, ତାପସୀଙ୍କ ଭଳି ବ୍ୟକ୍ତି ହିଁ କହିପାରିବେ, ତାଙ୍କୁ ସ୍ବଜନତୋଷଣ ବା ନେପୋଟିଜିମ୍‌କୁ ନେଇ କୌଣସି ସମସ୍ୟା ‌ନାହିଁ। ତାଙ୍କୁ କରଣ ଜୋହର ପସନ୍ଦ। ତେବେ ଦେଖିବାକୁ ଠିକ୍‌ ଲାଗୁଥିଲେ ବି ତୁମ ଭଳି ବି-ଗ୍ରେଡ୍‌ ଅଭିନେତ୍ରୀଙ୍କୁ କାହିଁକି କାମ ମିଳୁନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଏହାର ଜବାବରରେ ତାପସୀ ଏକ ଟ୍ବିଟ୍‌ କରିଛନ୍ତି। ସେ କହିଛନ୍ତି, ୧୦ମ ଓ ଏକାଦଶ ପରେ ଆମର ଫଳାଫଳ ଆସିଯାଇଛି। ଆମର ଗ୍ରେଡ୍‌ ବ୍ୟବସ୍ଥା ଏବେ ଅଫିସିଆଲ ହୋଇଗଲାଣି। ମାତ୍ର ଏପର୍ଯ୍ୟନ୍ତ କେବଳ ନମ୍ବର ଉପରେ ନିଷ୍ପତ୍ତି ହେଉଥିଲା। ତାପସୀ ଯଦିଓ ଏହି ଟ୍ବିଟ୍‌ରେ ସିଧାସଳଖ କଙ୍ଗନାଙ୍କ ନାମ ଉଲ୍ଲେଖ କରିନାହାନ୍ତି। ମାତ୍ର ଏହା ଯେ କଙ୍ଗନାଙ୍କ ଉଦ୍ଦେଶ୍ୟରେ ଥିଲା, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe