ଆକାଶଛୁଆଁ ବିଦ୍ୟୁତ୍‌ ବିଲ୍‌ ଦେଖି ସୋସିଆଲ୍‌ ମିଡିଆର ସହାୟତା ନେଲେ ସେଲିବ୍ରେଟି; କାହାର ୩୬ ହଜାର ତ କାହାର ୫୦ ହଜାର

ଆକାଶଛୁଆଁ ବିଦ୍ୟୁତ୍‌ ବିଲ୍‌ ଦେଖି ସୋସିଆଲ୍‌ ମିଡିଆର ସହାୟତା ନେଲେ ସେଲିବ୍ରେଟି; କାହାର ୩୬ ହଜାର ତ କାହାର ୫୦ ହଜାର

Zee News

ମୁମ୍ବାଇ: ଲକ୍‌ଡାଉନ୍‌ ସମୟର ଅବିଶ୍ବସନୀୟ ପରିମାଣର ବିଦ୍ୟୁତ୍‌ ବିଲ୍‌ ଆସିଛି ବୋଲି ଅନେକ ବଲିଉଡ୍‌ ସେଲିବ୍ରେଟି ଅଭିଯୋଗ ଆଣିଛନ୍ତି। ସେମାନେ ସୋସିଆଲ୍‌ ମିଡିଆରେ ନିଜ ନିଜର ବିଦ୍ୟୁତ୍‌ ବିଲ୍‌କୁ ସେୟାର୍‌ କରି ଅଭିଯୋଗ ଆଣିବା ପରେ ଏବେ ଟ୍ବିଟର୍‌ରେ ଇଲେକ୍ଟ୍ରିସିଟିବିଲ୍‌ ଟ୍ରେଣ୍ଡିଂ ହେବାରେ ଲାଗିଛି।

ଅଭିନେତ୍ରୀ ତାପସୀ ପାନ୍ନୁ ପ୍ରଥମେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ପରେ ଅନ୍ୟ କଳାକାରମାନେ ମଧ୍ୟ ସୋସିଆଲ୍‌ ମିଡିଆରେ ସକ୍ରିୟ ହୋଇଛନ୍ତି। ତାପସୀ ଏପ୍ରିଲ୍‌ ଓ ମେ ମାସ ପାଇଁ ୪,୩୯୦ ଓ ୩,୮୫୦ ଟଙ୍କା ଭରିଥିବା ବେଳେ ଜୁନ୍‌ ମାସ ପାଇଁ ସେ ୩୬,୦୦୦ ଟଙ୍କାର ବିଲ୍‌ ପାଇ ଚକିତ ‌ହୋଇଛନ୍ତି।

ତାପସୀଙ୍କ ପରି ହ୍ୟୁମା ମଧ୍ୟ ଟ୍ବିଟର୍‌ ସହାୟତା ନେଇ ଲେଖିଛନ୍ତି, ‘ନୂଆ ବିଦ୍ୟୁତ୍‌ ଦର କ’ଣ ଜାଣନ୍ତି କି? ଗତ ମାସ ମୁଁ ୬ ହଜାର ଟଙ୍କା ଭରିଥିଲି ଏବଂ ଚଳିତମାସ ୫୦ ହଜାର!’

ସେହିପରି ରେଣୁକା ସହାନେ ଲେଖିଛନ୍ତି ସେ ଏପ୍ରିଲ୍‌ ମାସ ପାଇଁ ୫୫୧୦ ଟଙ୍କାର ବିଲ୍‌ ଭରିଥିବା ବେଳେ ଏଥର ମେ ଓ ଜୁନ୍‌ ମାସ ପାଇଁ ମିଳିତ ଭାବେ ୨୯ ହଜାର ୭୦୦ ଟଙ୍କା ଆସିଛି। ମେ ମାସର କେବଳ ୧୮୦୮୦ ଟଙ୍କା ହୋଇଛି। ୫୫୧୦ ଟଙ୍କାରୁ ୧୮୦୮୦ ଟଙ୍କା କିପରି ହୋଇଗଲା? ଏମାନଙ୍କ ଆହୁରି ଅନେକ ସେଲିବ୍ରେଟି ଟ୍ବିଟର୍‌ରେ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe