ନିଜ ଜନ୍ମଦିବସରେ ଏହି ଅଭ୍ୟାସକୁ ପରିତ୍ୟାଗ କଲେ ତାପସୀ ପନ୍ନୁ

Advertisment
ନିଜ ଜନ୍ମଦିବସରେ ଏହି ଅଭ୍ୟାସକୁ ପରିତ୍ୟାଗ କଲେ ତାପସୀ ପନ୍ନୁ

indianexpress.com

ମୁମ୍ବାଇ: ରବିବାର(ଅଗଷ୍ଟ ୩) ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଜନ୍ମଦିନ। ତାପସୀ ଏବେ ୩୪ ବର୍ଷ ବୟସରେ ପାଦ ରଖିଛନ୍ତି। ଅଭିନେତ୍ରୀ ତାପସୀ ତାଙ୍କ ପ୍ରତିବର୍ଷ ଜନ୍ମଦିବସକୁ ଏକ ବ୍ୟକ୍ତିଗତ ଜାତୀୟ ଛୁଟି ଭାବେ ନେଉଥିବା ବେଳେ ଏବର୍ଷ କିନ୍ତୁ ନିଜ ହୋମ୍‌ ପ୍ରଡକ୍ସନର ଏକ ଚଳଚ୍ଚିତ୍ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ତାଙ୍କ ସହ ସୁଟିଂ‌ ସେଟ୍‌ରେ ଭଉଣୀ ସଗୁନୁ ପନ୍ନୁ ଓ ଇଭାନିଆ ପାନୁ ମଧ୍ୟ ଉପସ୍ଥିତ ରହିଥିବା ସୂଚନା ମିଳିଛି।

ତାପସୀ ଗଣମାଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି, ‘ମୋର ୧୦-୧୨ ବର୍ଷର କାର୍ଯ୍ୟ ଜୀବନରେ ମୁଁ ନିଜ ଜନ୍ମଦିନରେ କେବେ କାମ କରି ନାହିଁ । ମାତ୍ର ଏହି ବର୍ଷ ମୁଁ ତାହା କରିବି। ତେଣୁ ମୁଁ ଭାବୁଛି  ଏହା ମୋ ପାଇଁ ଏକ ବିରାଟ ପରିବର୍ତ୍ତନ। ମୋ ଜନ୍ମଦିନରେ ମୁଁ କେବଳ ସାଙ୍ଗମାନଙ୍କ ସହ ବୁଲିଛି ନହେଲେ ଘରେ ଶୋଇ ଶୋଇ ଦିନ କାଟିଛି। ଏଥର କିନ୍ତୁ ମୁଁଁ କାମ କରିବି, ମୋ ହୋମ୍‌ ପ୍ରଡକ୍ସନ ପାଇଁ। ମୋ ଜନ୍ମଦିନରେ ହିଁ ମୋର ପୁରୁଣା ଅଭ୍ୟ‌ାସ ଭାଙ୍ଗିବା ଉଚିତ ପରି ମୋତେ ମନେ ହୋଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe