ତାପସି ପନ୍ନୁ ଡାକ୍ତରଙ୍କୁ ପ୍ରଶଂସା କରିବା ସହିତ ନାମ ନନେଇ ରାମଦେବଙ୍କୁ କଲେ ଆକ୍ଷେପ

ତାପସି ପନ୍ନୁ ଡାକ୍ତରଙ୍କୁ ପ୍ରଶଂସା କରିବା ସହିତ ନାମ ନନେଇ ରାମଦେବଙ୍କୁ କଲେ ଆକ୍ଷେପ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଡାକ୍ତରମାନଙ୍କ ଉପରେ ଦେଇଥିବା ମନ୍ତବ୍ୟ ହେତୁ ବିଭିନ୍ନ ମହଲରେ ତାଙ୍କୁ ନେଇ ସମାଲୋଚନା କରାଯାଉଛି।

ରାମଦେବଙ୍କ କହିବାନୁସାରେ, ଦୁଇଟି ଟିକା ନେଇ ସାରିବା ପରେ ବି ଅନେକ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଛି। ଯିଏ ନିଜକୁ ବଞ୍ଚାଇ ପାରିଲେ ନାହିଁ ସିଏ ଆପଣମାନଙ୍କୁ କ’ଣ ବଞ୍ଚାଇବେ। ଡାକ୍ତର ବନିବାର ଅଛି ତ ସ୍ବାମୀ ରାମଦେବ ଭଳି ହୁଏ। ଯାହାଙ୍କ ପାଖରେ କୌଣସି ଡିଗ୍ରି ନାହିଁ। କିନ୍ତୁ ସମସ୍ତଙ୍କ ଡାକ୍ତର ରହିଛି। ଏହି ବୟାନକୁ ନେଇ ତାପସୀ ପନ୍ନୁ ଏକ ଟୁଇଟ କରିଛନ୍ତି। ଏହି ଟୁଇଟରେ ସେ ଡାକ୍ତରଙ୍କ ପ୍ରଶଂସା କରିଛନ୍ତି।

ଏଥିସହିତ ରାମଦେବଙ୍କ ନାମ ନେଇ ଆକ୍ଷେପ କରି କହିଛନ୍ତି, ବର୍ଷକ ତଳେ ବାଲକୋନିରୁ ଛିଡା ହୋଇ ସେମାନଙ୍କ ପାଇଁ ତାଳି ବଜାଇଥିଲେ। ଏକବର୍ଷ ପୂର୍ବେ କରୋନା ଯୋଦ୍ଧାଙ୍କ ପାଇଁ ଆକାଶରୁ ଫୁଲବର୍ଷା କରାଯାଇଥିଲା। ଯୋଦ୍ଧା ବିନା କୌଣସି ବି ରାଜା ଶକ୍ତିଶାଳୀ ନୁହେଁ।’

କରୋନା ଯୋଦ୍ଧାଙ୍କୁ ନମସ୍କାର ଜଣାଇଛନ୍ତି ତାପସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe