ଘରକୁ ଫେରିଲେ ‘ତାରକ ମେହ‌ତା କା ଉଲଟା ଚଷମା’ର ଅଭିନେତା, ନିଖୋଜ ହେବାର କାରଣ ଜଣାଇଲେ

Advertisment
ଘରକୁ ଫେରିଲେ ‘ତାରକ ମେହ‌ତା କା ଉଲଟା ଚଷମା’ର ଅଭିନେତା, ନିଖୋଜ ହେବାର କାରଣ ଜଣାଇଲେ

ମୁମ୍ବାଇ: ଘରକୁ ଫେରିଲେ ‘ତାରକ ମେହ‌ତା କା ଉଲଟା ଚଷମା’ର ଅଭିନେତା ଗୁରୁଚରଣ ସିଂହ। ଘରେ ପହଞ୍ଚି ଜଣାଇଲେ ନିଖୋଜ ହେବାର କାରଣ। ଗତ ୨୫ଦିନରୁ ଅଧିକ ଦିନ ଧରି ‘ତାରକ ମେହ‌ତା କା ଉଲଟା ଚଷମା’ର ଅଭିନେତା ଗୁରୁଚରଣ ସିଂହ ନିଖୋଜ ଥିଲେ। ରୋଶନ ସିଂ ସୋଡି ଭୂମିକାରେ ଅଭିନୟ କରିଥିବା ଅଭିନେତା ଏପ୍ରିଲ ୨୨ରୁ ନିଖୋଜ ଥିଲେ, ଯେଉଁଥିପାଇଁ ତାଙ୍କ ପିତାମାତା ମଧ୍ୟ ବହୁତ ଚିନ୍ତିତ ଥିଲେ। ତାଙ୍କ ପିତାମାତା କହିଥିଲେ ଯେ ଗୁରୁଚରଣ ସିଂ ୨୨ ଏପ୍ରିଲରେ ସକାଳ ୮.୩୦ ରେ ମୁମ୍ବାଇକୁ ଉଡ଼ାଣ କରିବାର ଥିଲା। ହେଲେ ସେ ଉଡ଼ାଣ ନକରି କେଉଁ ଆଡେ ଚାଲିଯାଇଥିଲେ। ଏନେଇ ଏତଲା ଦିଆଯାଇଥିବାରୁ ତାଙ୍କୁ ପୁଲିସ ବି ଖୋଜୁଥିଲା। ହେଲେ ଏବେ ଗୁରୁଚରଣ ଆପେ ଆପେ ଘରକୁ ଆସିଛନ୍ତି।

ଖବର ଅନୁଯାୟୀ, ଶୁକ୍ରବାର ଅଭିନେତା ଘରେ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ଦିଲ୍ଲୀ ପୁଲିସ ପଚରାଉଚରା କରିଥିଲା। ଅଭିନେତା ପୁଲିସକୁ କହିଥିଲେ ଯେ ସେ 'ଧାର୍ମିକ ତୀର୍ଥଯାତ୍ରା' କରିବାକୁ ଘର ଛାଡିଥିଲେ। ଏହି ସମୟ ମଧ୍ୟରେ ସେ ଅମୃତସର ଏବଂ ଲୁଧିଆନାର ବିଭିନ୍ନ ଗୁରୁଦ୍ୱାରରେ ରହିବା ସହ ଧ୍ୟାନ କରିଥିଲେ। ଏହା ପରେ ତାଙ୍କର ହିମାଳୟ ଯିବାର ଥିଲା। କିନ୍ତୁ ପରିବାରର ଗୁରୁତ୍ବ ଜଣାପଡ଼ିବାରୁ ସେ ଘରକୁ ଫେରିଆସିଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଲୋକପ୍ରିୟ ସୋ’ରେ ଗୁରୁଚରଣ ସିଂ, ରୋଶନ ସିଂ ସୋଡିଙ୍କ ଭୂମିକାରେ ଅଭିନୟ କରିଥିଲେ, ଯିଏ ସବୁବେଳେ ପାର୍ଟୀ କରିବାର ମୁଡରେ ରହିବା ସହ ନିଜ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ପ୍ରକାଶ କରିବାକୁ ପଛାନ୍ତି ନାହିଁ। ସେ ସୋ’ର ଲୋକପ୍ରିୟ ଚରିତ୍ରମାନଙ୍କ ମଧ୍ୟରୁ ଜଣେ ଥିଲେ। ୨୦୧୩ରେ ସେ ସୋ’ ଛାଡିଥିଲେ ମଧ୍ୟ ଦର୍ଶକ ତାଙ୍କୁ ଦେଖିବାକୁ ଚାହିବାରୁ ସେ ସୋ’କୁ ଫେରିଥିଲେ। ହେଲେ ୨୦୨୦ମସିହାରେ ସେ ପୁଣିଥରେ ସୋ’ରୁ ନିଜକୁ ଦୂରେଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe