ଜର୍ମାନୀରେ ଦୁର୍ଘଟଣାର ଶିକାର ହେଲେ 'ତାରକ ମେହେତାକା ଉଲଟା ଚଷମା'ର ଅଭିନେତ୍ରୀ ମୁନମୁନ

Advertisment
ଜର୍ମାନୀରେ ଦୁର୍ଘଟଣାର ଶିକାର ହେଲେ 'ତାରକ ମେହେତାକା ଉଲଟା ଚଷମା'ର ଅଭିନେତ୍ରୀ ମୁନମୁନ

ମୁମ୍ବାଇ: ଗତ କିଛି ବର୍ଷ ଧରି ପ୍ରସାରଣ ହୋଇଆସୁଥିବା ପାରିବାରିକ କମେଡି ସୋ’ 'ତାରକ ମେହେତା କା ଉଲଟା ଚଷମା' ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସୋ’ରେ ନଜର ଆସୁଥିବା ଗୋକୁଲଧାମ୍ ସୋସାଇଟି ଏବଂ ଏଥିରେ ରହୁଥିବା ଚରିତ୍ରମାନଙ୍କୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ସୋ’ରେ ଥିବା ଲୋକପ୍ରିୟ ଚରିତ୍ର ମଧ୍ୟରୁ ବବିତାଜୀ ହେଉଛନ୍ତି ଅନ୍ୟତମ। ଏହି ଧାରାବାହିକରେ ଅଭିନେତ୍ରୀ ମୁନମୁନ୍ ଦତ୍ତା ବବିତାଜୀ ଚରିତ୍ରରେ ଅଭିନୟ କରନ୍ତି। ଏବେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୁଟିଂରୁ ସମୟ ମିଳିବା ପରେ ସେ ଜର୍ମାନୀ ଛୁଟି କଟାଇବାକୁ ଯାଇଥିଲେ। ହେଲେ ସେଠାରେ ‌ସେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି।

ଏନେଇ ନିଜେ ମୁନମୁନ ଇନଷ୍ଟା ଷ୍ଟୋରୀ ଜରିଆରେ ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ମୁନମୁନ ଦତ୍ତା ଲେଖିଛନ୍ତି ଯେ, 'ଜର୍ମାନୀରେ ଏକ ଛୋଟ ଦୁର୍ଘଟଣା ମୋ ସହ ଘଟିଥିଲା। ଏହି ଦୁର୍ଘଟଣାରେ ମୋର ବାମ ଆଣ୍ଠୁରେ ଆଘାତ ଲାଗିଛି। ସେଥିପାଇଁ ମୁଁ ମୋର ଯାତ୍ରାକୁ ଅଧାରେ ଛାଡ଼ି ଘରକୁ ଫେରିଛି। ଏହି ଲେଖିବା ସହ ସେ ଏକ ଭଙ୍ଗା ହୃଦୟର ଇମୋଜି ମଧ୍ୟ ରଖିଛନ୍ତି।|

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe