ମୁମ୍ବାଇ: କିଛି ଦିନ ପରେ ବିବାହ କରିଥାନ୍ତ ‘ତାରକ ମେହତା କା ଉଲଟା ଚଷମା’ର ଅଭିନେତା ଗୁରୁଚରଣ ସିଂ। ଟିଭି ସୋ ‘ତାରକ ମେହତା କା ଉଲଟା ଚଷମା’ରେ ରୋଶନ ସିଂ ସୋଡିଙ୍କ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ଗୁରୁଚରଣ ସିଂ ଗତ କିଛି ଦିନ ହେବ ନିଖୋଜ ଅଛନ୍ତି। ଅଭିନେତାଙ୍କ ବାପା ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି। ହଠାତ୍ ନିଖୋଜ ଖବର ଆସିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ଦୁଃଖିତ ହୋଇପଡ଼ିଛନ୍ତି।
ତେବେ ନିଖୋଜ ହେବା ପୂର୍ବରୁ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଶେଷ ଥର ପାଇଁ ଦେଖାଯାଇଥିବା ବେଳେ ଏବେ ତାଙ୍କ ପତ୍ତା ମିଳୁନି। ଏପ୍ରିଲ୍ ୨୨ରେ ଗୁରୁଚରଣଙ୍କ ପିତା ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଗୁରୁଚରଣଙ୍କ ବିଷୟରେ କିଛି ତଥ୍ୟ ମିଳିପାରିନାହିଁ। ବର୍ତ୍ତମାନ ଏହି ମାମଲାକୁ ନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଉଛି ଯେ ଗୁରୁଚରଣ ଶୀଘ୍ର ବିବାହ କରିଥାନ୍ତେ । ଏହା ସହ ତାଙ୍କର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିବା କୁହାଯାଉଛି ।
ପୁଲିସର କହିବା ମୁତାବକ, ସୋଡି ଦିଲ୍ଲୀ ରାସ୍ତାରେ ବ୍ୟାଗ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ନିଖୋଜ ହେବା ପୂର୍ବରୁ ସେ ଦିଲ୍ଲୀର ଏକ ଏଟିଏମରୁ ୭୦୦୦ଟଙ୍କା ଉଠାଇଥିଲେ। ଗୁରୁଚରଣଙ୍କ ଫୋନର ଶେଷ ସ୍ଥାନ ଥିଲା ଦିଲ୍ଲୀ। ସେ ଏପ୍ରିଲ ୨୪ ପର୍ଯ୍ୟନ୍ତ ଦିଲ୍ଲୀରେ ଥିଲେ। ସେବେଠାରୁ ତାଙ୍କ ଫୋନ୍ ବନ୍ଦ ଅଛି ।
Follow Us