ତବୁଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ଜ୍ୟାକି!

Advertisment
ତବୁଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ଜ୍ୟାକି!

ମୁମ୍ବାଇ: ପରଦାକୁ ଫେରୁଛନ୍ତି ଲୋକପ୍ରିୟ ଅଭିନେତ୍ରର ତବୁ। ୨୦୧୫ ମସିହାରେ ଶେଷ ଥର ପାଇଁ ‘ଦ୍ରିଷ୍ୟମ୍‌’ ଚଳଚ୍ଚିତ୍ରରେ ନଜର ଆସିଥିଲେ ତବୁ। ଏବେ ପୁଣି ଥରେ ତବୁ ‘ଗୋଲମାଲ ଅଗେନ୍‌’ ଜରିଆରେ ପରଦାରେ ନଜର ଆସିବେ। କମେଡି ଚଳଚ୍ଚିତ୍ର କରିବାର ଅନେକ ଇଚ୍ଛା ଅଛି ବୋଲି ତବୁ ପୂର୍ବରୁ ପ୍ରକାଶ କରିଥିଲେ।

ତେବେ, ଅଭିନେତ୍ରୀ ତବୁଙ୍କୁ ନେଇ ଏପରି ଏକ ଘଟଣା ରହିଛି ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଯେତେବେଳେ ତବୁଙ୍କ ଭଉଣୀ ଫରାହ ଏବଂ ଜ୍ୟାକି ସର୍‌ଫ ସିନେମା ‘ଦିଲ୍‌ ଜଲା’ର ସୁଟିଂ କାମରେ ବ୍ୟସ୍ତଥିଲେ, ସେହି ସମୟରେ ତବୁ ଫରାହଙ୍କ ସହିତ ତାଙ୍କ ସୁଟିଂ ସେଟକୁ ଯିବାଆସିବା କରୁଥିଲେ। ଏହି ସିନେମାରେ ଫରାହ ଏବଂ ଜ୍ୟାକିଙ୍କ ବ୍ୟତୀତ ଡ୍ୟାନିଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଥିଲା । ସବୁଦିନ ସୁଟିଂର ଶେଷରେ ସିନେମାର ସବୁ କଳାକାରମାନେ ଡ୍ୟାନିଙ୍କ ଘରେ ପାର୍ଟି ଆୟୋଜନ କରୁଥିଲେ। ଦିନେ ଫରାହ, ତବୁଙ୍କୁ ନିଜ ସାଥିରେ ନେଇଯାଇଥିଲେ। ଆଉ ଏହି ପାର୍ଟିରେ ମଧ୍ୟ ଜ୍ୟାକି ସର୍‌ଫ ସାମିଲ ଥିଲେ। ଜ୍ୟାକି ଏହି ସମୟରେ ଅଧିକ ମଦ୍ୟପାନ କରିନେଇଥିଲେ ଏବଂ ନିଶାରେ ସେ ତବୁଙ୍କ ସହିତ ଦୁର୍ବବ୍ୟବହାର କରିଥିଲେ। ଏପରିକି ତବୁଙ୍କୁ ଦୁଷ୍କର୍ମ ଉଦ୍ୟମ ମଧ୍ୟ କରିଥିଲେ। ଜାଣିବାକୁ ମିଳିଛି ଯେ ଯଦି ସେଠାରେ ଡ୍ୟାନି ନଥାନ୍ତେ ତେବେ ତବୁଙ୍କ ସହିତ କିଛି ଅନର୍ଥ ହୋଇ ଯାଇଥାନ୍ତା ନିଶ୍ଚୟ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe