ସଲମାନଙ୍କୁ ମୃଗ ହତ୍ୟା କରିବାକୁ ତବୁ ଉସୁକାଇଥିଲେ: ପ୍ରତ୍ୟକ୍ଷଦର୍ଶୀ

Advertisment
ସଲମାନଙ୍କୁ ମୃଗ ହତ୍ୟା କରିବାକୁ ତବୁ ଉସୁକାଇଥିଲେ: ପ୍ରତ୍ୟକ୍ଷଦର୍ଶୀ

ମୁମ୍ବାଇ: କୃଷ୍ଣସାର ମୃଗ ହତ୍ୟା ମାମଲାରେ ଅଭିନେତା ସଲମାନଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହେବା ପରେ ଏହି ଘଟଣା ସଂପର୍କିତ ନୂଆ ନୂଆ ତଥ୍ୟ ସବୁ ଖୋଲିବାରେ ଲାଗିଛି। ୨୦ ବର୍ଷ ତଳେ ‘ହମ୍‌ ସାଥ୍‌ ସାଥ୍‌ ହେଁ’ ଚଳଚ୍ଚିତ୍ର ସୁଟିଂ ସମୟରେ ସଲମାନ ଏହି ମୃଗ ମାରି ବିପଦରେ ପଡ଼ିଥିଲେ। ଏବେ ସେଠାରେ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସଲମାନଙ୍କୁ ବନ୍ଧୁକ ଉଠାଇ ମୃଗ ମାରିବା ପାଇଁ ଅଭିନେତ୍ରୀ ତବୁ ଉସୁକାଇଥିଲେ।

ଉଲ୍ଳେଖଯୋଗ୍ୟ, ଗୁରୁବାର ଯୋଧପୁର କୋର୍ଟ ସଲମାନଙ୍କ ବିରୋଧରେ ରହିଥିବା ଗତ ୨୦ ବର୍ଷ ତଳର ମାମଲାର ଶୁଣାଣି କରି ତାଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ସଲମାନ ଗୋଟାଏ ରାତି ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ କାଟି ସାରିଲେଣି। ଜେଲ୍‌ ପକ୍ଷରୁ ରାତି ଖାଦ୍ୟ ଭାବେ ଦିଆଯାଇଥିବା ରୁଟି, ଡାଲ୍‌ମାକୁ ସେ ଖାଇବାକୁ ମନା କରି ଗତକାଲି ରାତିରେ ଉପାସରେ ଶୋଇଥିଲେ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe