image source--New Indian Express
ମୁମ୍ବାଇ: ଆଜି ହେଉଛି ବଲିଉଡର ଦକ୍ଷ ଅଭିନେତ୍ରୀ ତବୁଙ୍କ ଜନ୍ମଦିନ। ବହୁ ସିନେମାରେ ଚମକପ୍ରଦ ଅଭିନୟ କରିଥିବା ତବୁ କିନ୍ତୁ ଏବେ ବି ଅବିବାହିତା। ତାଙ୍କ ବାହାଘରକୁ ନେଇ ତାଙ୍କ ଫ୍ୟାନ୍ମାନେ ଯେତିକି ଉତ୍ସୁକ ଅଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ନିଜେ ତବୁ ବିନ୍ଦାସ୍ ଅଛନ୍ତି।
ରାଷ୍ଟ୍ରୀୟ ପୁରସ୍କାର ବିଜୟିନୀ ଅଭିନେତ୍ରୀ ତବୁଙ୍କୁ ୪୮ ବର୍ଷ ହେଲାଣି। ସେ ୭୦ ରୁ ଅଧିକ ହିନ୍ଦୀ ଓ ତେଲୁଗୁ ଭାଷାର ସିନେମାରେ ଅଭିନୟ କରିସାରିଲେଣି। ଏବେ ବି ତାଙ୍କୁ ଭଲ ଭଲ ଫିଲ୍ମର ଅଫର୍ ମିଳୁଛି ଓ ସେ ଅଭିନୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି। କିନ୍ତୁ ବାହା ହେବାର ନାଆଁ ନେଉ ନାହାଁନ୍ତ ତବୁ।
ମଝିରେ ଚର୍ଚ୍ଚା ହେଉଥିଲା ଯେ ,ତବୁ ଅବିବାହିତା ରହିବା ପଛରେ ଅଭିନେତା ଅଜୟ ଦେବଗନ୍ଙ୍କର ହାତ ଥିଲା, କାରଣ ତବୁ ଯାହାର ଚକ୍କରରେ ପଡ଼ିବାକୁ ଚାହୁଁଥିଲେ,ତାଙ୍କୁ ଏଥିରୁ ନିବୃତ୍ତ କରାଉଥିଲେ ଅଜୟ। ଆଉ ଏକ କଥା ବି ଶୁଣିବାକୁ ମିଳୁଥିଲା ଯେ,ତବୁଙ୍କୁ କେହି ପ୍ରେମରେ ପ୍ରତାରଣା କରିଛନ୍ତି,ଯେଉଁଥିପାଇଁ ସେ ବାହା ନ ହେବା ଲାଗି ନିଷ୍ପତ୍ତି ନେଇଛନ୍ତି।
image source-amarujalaହେଲେ ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ତବୁ। ତବୁ କହିଛନ୍ତି ଯେ,ତାଙ୍କୁ ପ୍ରେମରେ କେହି ଧୋକା ଦେଇନାହାଁନ୍ତି ବରଂ ସେ କେତେକଙ୍କୁ ପ୍ରେମରେ ପ୍ରତାରିତ କରିଛନ୍ତି। ସେ କହିଛନ୍ତି ଯେ,ତାଙ୍କ ଭଳି ମହିଳାକୁ କେଉଁ ପୁରୁଷ ବା ସମ୍ଭାଳି ପାରିବ? ଆଦର୍ଶ ଜୀବନସାଥୀର ସଂଜ୍ଞା ତାଙ୍କ ପାଇଁ ମଝିରେ ମଝିରେ ବଦଳିବାରେ ଲାଗିଛି। ଏଣୁ ସେ ବାହାହେବା ଅପେକ୍ଷା ନିଃସଙ୍ଗ ରହିବାକୁ ଶ୍ରେୟସ୍କର ମଣିଛନ୍ତି ବୋଲି କହିଛନ୍ତି ତବୁ।
Follow Us