୭ବର୍ଷ ପରେ ପୁଣି ସ୍ତନ କର୍କଟର ଶିକାର ହେଲେ ତାହିରା

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ ୨୦୧୮ ମସିହାରେ ସାହସର ସହିତ ସ୍ତନ କର୍କଟ ସହିତ ଏକ ଲମ୍ବା ଲଢ଼େଇ ଲଢ଼ିଥିଲେ। ଏବେ ତାଙ୍କୁ ପୁଣି ଥରେ ସ୍ତନ କର୍କଟ ହୋଇଛି। ତାହିରା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି।

tasgwsgs

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତଥ‌ା ଚଳଚ୍ଚିତ୍ର ନିର୍ମାତା-ଲେଖିକା ତାହିରା କଶ୍ୟପ ୨୦୧୮ ମସିହାରେ ସାହସର ସହିତ ସ୍ତନ କର୍କଟ ସହିତ ଏକ ଲମ୍ବା ଲଢ଼େଇ ଲଢ଼ିଥିଲେ। ଏବେ ତାଙ୍କୁ ପୁଣି ଥରେ ସ୍ତନ କର୍କଟ ହୋଇଛି। ତାହିରା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି। ଏହି କଷ୍ଟକର ସମୟରେ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ସମର୍ଥନ କରିବା ସହ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି।

କର୍କଟ ବିଷୟରେ ଜଣାଇ ତାହିରା କଶ୍ୟପ ଲେଖିଛନ୍ତି, 'ସାତ ବର୍ଷର ନିୟମିତ ଚେକଅପ୍ ପରେ ଏବେ ପୁଣି ମୁଁ ସ୍ତନ କର୍କଟ ରୋଗରେ ପୀଡ଼ିତ ହୋଇଛି।' ଏଭଳି ଲେଖାଥିବା ଫଟୋ ସେୟାର କରି ସେ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି,  "ଯେତେବେଳେ ଜୀବନ ତୁମକୁ ଲେମ୍ବୁ ଦିଏ, ଲେମ୍ବୁ ପାଣି ତିଆରି କର। ଯେତେବେଳେ ଜୀବନ ଅତ୍ୟଧିକ ଉଦାର ହୋଇଯାଏ ଏବଂ ସମସ୍ୟାକୁ ବାରମ୍ବାର ତୁମ ଉପରେ ଅଜାଡି ଦିଏ, ସେତେବେଳେ ଶାନ୍ତ ଭାବରେ ଲେମ୍ବୁକୁ କାଲା ଖଟ୍ଟା ପାନୀୟ ମିଶାଇ ଭଲ ଉଦ୍ଦେଶ୍ୟ ସହ  ଏହାକୁ ପିଅ। କାରଣ ପ୍ରଥମତଃ ଏହା ଭଲ ଏବଂ ଦ୍ୱିତୀୟତଃ ତୁମେ ଜାଣ ଯେ ତୁମେ ପୁଣି ଥରେ ତୁମର ଶ୍ରେଷ୍ଠ ପ୍ରଦର୍ଶନ କରିବ। ନିୟମିତ ସ୍କ୍ରିନିଂ କରାନ୍ତୁ। ମାମୋଗ୍ରାମକୁ ଭୟ କରନ୍ତୁ ନାହିଁ। ଯଥାସମ୍ଭବ ନିଜର ଯତ୍ନ ନେବାକୁ ଚେଷ୍ଟା କରନ୍ତୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe