୭ବର୍ଷୀୟ ତୈମୁର ପାଇଁ ଏତେ ଟଙ୍କା ସ୍କୁଲ ଫି’ ଦେଉଛନ୍ତି ସୈଫ୍-କରୀନା

Advertisment
୭ବର୍ଷୀୟ ତୈମୁର ପାଇଁ ଏତେ ଟଙ୍କା ସ୍କୁଲ ଫି’ ଦେଉଛନ୍ତି ସୈଫ୍-କରୀନା

ମୁମ୍ବାଇ: ବଲିଉଡ ଷ୍ଟାର ସୈଫ ଅଲି ଖାନ ଏବଂ କରୀନା କପୁର ଖାନଙ୍କ ପୁଅ ତୈମୁର ଅଲି ଖାନ ଦେଶର ଲୋକପ୍ରିୟ ଷ୍ଟାର କିଡମାନଙ୍କ ମଧ୍ୟରୁ ଅନ୍ୟତମ। ଆଜି ପର୍ଯ୍ୟନ୍ତ ବଲିଉଡର କୌଣସି ସେଲିବ୍ରିଟିଙ୍କ ପିଲାମାନଙ୍କୁ ତୈମୁରଙ୍କ ଭଳି ଲୋକପ୍ରିୟତା ମିଳିନଥିଲା। ତୈମୁରଙ୍କ ଜନ୍ମ ହେବା ପରେ ତାଙ୍କର ଅନେକ ଫଟୋ ଓ ଭିଡିଓ ଖୁବ ଭାଇରାଲ ହୋଇଥିଲା। କୌଣସି କଳାକାର ଯେତିକି ଚର୍ଚ୍ଚାରେ ରହୁନଥିଲେ, ତାଠୁ ଅଧିକ ଚର୍ଚ୍ଚାରେ ରହୁଥିଲେ ତୈମୁର। ଏମିତି କି ବଜାରକୁ ତୈମୁର କଣ୍ଢେଇ ମଧ୍ୟ ଆସିଥିଲା।

ତେବେ ତୈମୁର ଏବେ ୭ବର୍ଷର ହୋଇସାରିଥିବା ବେଳେ ସ୍କୁଲ ଯିବା ଆରମ୍ଭ କରିଛନ୍ତି। ସେ ଏବେ ଧୀରୁଭାଇ ଅମ୍ବାନୀ ଆନ୍ତର୍ଜାତୀୟ ବିଦ୍ୟାଳୟରେ ପଢ଼ୁଛନ୍ତି। ଏହା ଦେଶର ସବୁଠାରୁ ମହଙ୍ଗା ବିଦ୍ୟାଳୟ ମଧ୍ୟରୁ ଗୋଟିଏ। ୨୦୦୩ମସିହାରେ ନୀତା ଅମ୍ବାନୀଙ୍କ ଦ୍ୱାରା ଏହି ବିଦ୍ୟାଳୟ ଆରମ୍ଭ ହୋଇଥିଲା। ଏହି ବିଦ୍ୟାଳୟରେ ଧନୀ ପରିବାରର ପିଲାମାନେ ପାଠ ପଢ଼ନ୍ତି। ସ୍କୁଲ ଫି’ ଅଧିକ ଥିବାରୁ ମଧ୍ୟବିତ୍ତ ପରିବାରର ପିଲା ଏଠାରେ ପଢ଼ିବା କଷ୍ଟକର। ତେବେ ତୈମୁରଙ୍କୁ ଏହି ସ୍କୁଲରେ ପଢ଼ାଇବା ପାଇଁ ସୈଫ୍-କରୀନା କେତେ ଟଙ୍କା ଦେଉଛନ୍ତି ଆପଣ ଜାଣନ୍ତି କି?

ଜାତୀୟ ଗଣମାଧ୍ୟମ ମୁତାବକ, ତୈମୁରଙ୍କ ମୋଟ ବାର୍ଷିକ ଫି’ ହେଉଛି ୬୪,୮୬୪ ଟଙ୍କା। ଏହା ବ୍ୟତୀତ ଅନେକ ପ୍ରକାରର କାର୍ଯ୍ୟକଳାପ ପାଇଁ ବର୍ଷକୁ ପ୍ରାୟ ୫୦ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ।

ଯଦି ଆମେ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଫି’ ବିଷୟରେ କହିବା, ତେବେ ଅଷ୍ଟମରୁ ଦଶମ (ଆଇସିଏସଇ) ର ଫି’ ୧.୮୫ ଲକ୍ଷ ଟଙ୍କା ହୋଇଥିବା ବେଳେ ଅଷ୍ଟମରୁ ଦଶମ ଶ୍ରେଣୀ (ଆଇଜିସିଏସଇ) ପାଇଁ ଫି’ ପ୍ରାୟ ୫.୯ ଲକ୍ଷ ଟଙ୍କା ରହିଛି। ଏହା ସହ ଏକାଦଶରୁ ଦ୍ୱାଦଶ ଶ୍ରେଣୀ (ଆଇବିଡିପି) ପାଇଁ ବାର୍ଷିକ ଫି’ ୯.୫୬ ଲକ୍ଷ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe