ତୈମୁରଙ୍କ ସର୍‌ପ୍ରାଇଜ୍‌ ଉପହାର ଦେଖି ଭାବପ୍ରବଣ ହେଲେ ଅଜା ରଣଧୀର କପୁର

Advertisment
ତୈମୁରଙ୍କ ସର୍‌ପ୍ରାଇଜ୍‌ ଉପହାର ଦେଖି ଭାବପ୍ରବଣ ହେଲେ ଅଜା ରଣଧୀର କପୁର

www.indiatoday.in

ମୁମ୍ବାଇ: ଏହି ସପ୍ତାହରେ ଇଣ୍ଡିଆନ୍‌ ଆଇଡଲ୍‌-୧୨ରେ ସୁପ୍ରସିଦ୍ଧ କଳାକାର ରଣଧୀର କପୁରଙ୍କୁ ଦେଖିବାକୁ ମିଳିବ। ଏହି ରିୟଲିଟି ସୋ’ରେ ଏଥର ପ୍ରତିଯୋଗୀମାନେ ରଣଧୀରଙ୍କ ଗୀତ ପରିବେଷଣ କରିିବେ। ତେବେ ସବୁଠାରୁ ମଜାଦାର କଥା ହେଉଛି ରଣଧୀରଙ୍କ ନାତି ଅର୍ଥାତ କରୀନା ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ବଡ଼ ପୁଅ ତୈମୁର୍‌ ତାଙ୍କ ପାଇଁ ଏକ ସର୍‌ପ୍ରାଇଜ୍‌ ଉପହାର ପଠାଇଛନ୍ତି। ଯାାହାକୁ ଦେଖି ରଣଧୀର ଖୁବ୍‌ ଆନନ୍ଦିତ ହେଉଛନ୍ତି। ତୈମୁର୍‌ ନିଜ ହାତରେ ଏକ କାର୍ଡ ତିଆରି କରି ଅଜାଙ୍କୁ ପଠାଇଛନ୍ତି। ସେଥିରେ ଲେଖା ଅଛି, ‘ଆଇ ଲଭ୍‌ ୟୁ ନାନା’।

ଯାହାକୁ ପଢ଼ିବା ପରେ ରଣଧୀର କପୁର କହୁଛନ୍ତି କି ମୁଁ ଏଠାରୁ ମୋ ଘରକୁ ନଯାଇ ସିଧା ମୋ ନାତିକୁ ଭେଟିବାକୁ ଯିବି। ସେ ଆହୁରି ବି କହିଛନ୍ତି କି ଏହି ସର୍‌ପ୍ରାଇଜ୍‌ ପାଇଁ ଖୁବ୍ ଧନ୍ୟବାଦ। ସବୁ ‌ଅଜାଙ୍କୁ ପରି ମୁଁ ମଧ୍ୟ ମୋ ନାତି-ନାତୁଣୀଙ୍କୁ କରିସ୍ମା ଓ କରୀନାଙ୍କଠାରୁ ବେଶି ଭଲପାଏ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe