ପ୍ରଥମ ପ୍ଲେଡେଟ୍‌ରେ ଗଲେ ତୈମୁର; ଜାଣନ୍ତୁ କାହା ସହ ମସ୍ତି କଲେ ସୈଫ୍‌ରୀନାଙ୍କ ତନୟ

Advertisment
ପ୍ରଥମ ପ୍ଲେଡେଟ୍‌ରେ ଗଲେ ତୈମୁର; ଜାଣନ୍ତୁ କାହା ସହ ମସ୍ତି କଲେ ସୈଫ୍‌ରୀନାଙ୍କ ତନୟ

ମୁମ୍ବାଇ: ଷ୍ଟାର୍‌ କିଡ୍‌ମାନଙ୍କ ଭିତରେ ଷ୍ଟାର୍‌ ହେଉଛନ୍ତି ସୈଫ୍‌ଅଲ୍ଳୀ ଖାଁ ଓ କରୀନା କପୁରଙ୍କ କୌତୂକିଆ ପୁଅ ତୈମୁର ଅଲ୍ଲୀ ଖାଁ ବୋଲି ଏକଥା କେହି ଅସ୍ୱୀକାର କରିବେ ନାହିଁ। ସେ ହେଉଛନ୍ତି ଇଣ୍ଟର୍‌ନେଟ୍‌ରେ ନିତି ଦିନ ଛାଇ ଯାଉଥିବା ପ୍ରିୟ ଷ୍ଟାର୍‌ କିଡ୍‌। ତୈମୁର କିିଛି ଦିନ ପାଇଁ ଲଣ୍ଡନ ଯାଇଥିଲେ। ଏବେ ସେ ଦେଶକୁ ଫେରିବା ପରେ ପୁଣି ଇନ୍‌ଷ୍ଟାଗ୍ରାମ୍‌ରେ ଛାଇ ଯାଇଛନ୍ତି। ବଲିଉଡର୍‌ ସବୁଠାରୁ ପ୍ରସିଦ୍ଧ କୁନି ଷ୍ଟାର୍‌ ଭାବେ ଜଣାଶୁଣା ତୈମୁର୍‌ ଏଥର ତାଙ୍କ ପ୍ରଥମ ଡେଟ୍‌ ପାଇଁ ଚର୍ଚ୍ଚା ପାଲଟିଛନ୍ତି।

PLAY DATE!!!!!

A post shared by Karan Johar (@karanjohar) on

ଚମକି ଗଲେ କି? ଆପଣ ଭାବୁଥିବେ ନିଶ୍ଚୟ ଯେ ଏଡ଼େ କୁନି ପିଲାଟି ଡେଟ୍‌ର ମାନେ କ’ଣ ବୁଝୁଥିବ? ଆଜ୍ଞା ହଁ, ତୈମୁତ ଡେଟ୍‌ରେ ଯାଇଛନ୍ତି ସତ ମାତ୍ର ଆପଣ ଯେପରି ଭାବୁଛନ୍ତି ସେପରି ନୁହେଁ। ସେ ନିର୍ଦ୍ଦେଶକ କରଣ ଜୋହରଙ୍କ ଯାଆଁଳା ପିଲାଙ୍କ ସହ ଖେଳଡେଟ୍‌ରେ ଖେଳିବାକୁ ଯାଇଥିବା ଇନ୍‌ଷ୍ଟାଗ୍ରାମରେ ଦେଖିବାକୁ ମିଳୁଛି। ଦେଖିବାକୁ ମିଳୁଛି ଯେ ଗୋଟାଏ ଖେଳନା ଭିତରେ ପଶି କରୀନାଙ୍କ ପୁଅ ତୈମୁର୍‌ ଓ କରଣଙ୍କ ଦୁଇ ଯାଆଁଳା ପିଲା ଖୁବ୍‌ ମସ୍ତି କରୁଛନ୍ତି। ସେଠାରେ କରୀନା ଏକ ପ୍ଲେଟ୍‌ରେ କିଛି ଧରି ଖାଇବାରେ ଲାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe