ଏହି ଟପ୍‌ ହିରୋଙ୍କ ସାଥ୍‌ ପାଇନାହାନ୍ତି ତମନ୍ନା!

ଏହି ଟପ୍‌ ହିରୋଙ୍କ ସାଥ୍‌ ପାଇନାହାନ୍ତି ତମନ୍ନା!

ଭୁବନେଶ୍ୱର: ଓଲିଉଡର ନାୟିକା ତମନ୍ନା ଏବେ ଟପ୍‌ ହିରୋ ଅନୁଭବଙ୍କ ସହିତ ନୂଆ ଓଡ଼ିଆ ସିନେମା ‘ପ୍ରେମ କୁମାର’ର ସୁଟିଂ କରୁଛନ୍ତି। ଓଲିଉଡ୍‍ରେ ପ୍ରବେଶ କରିବାର ପ୍ରାୟ ତିନିବର୍ଷ ପରେ ତାଙ୍କୁ ଜଣେ ଟପ୍‌ ହିରୋଙ୍କ ଅପୋଜିଟ୍‌ରେ ହିରୋଇନ୍‌ ହେବାର ସୁଯୋଗ ମିଳିଛି।

ହେଲେ ଆପଣ ଜାଣନ୍ତି କି ଏ ଯାଏଁ ତମନ୍ନାଙ୍କୁ ଅନ୍ୟ ଆଗଧାଡ଼ିର ନାୟକମାନଙ୍କର ସାଥ୍‌ ମିଳି ନାହିଁ। ସେ ସଂଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଫିଲ୍ମ ‘ଜୋକର୍‌’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏଥିରେ ପପୁ ପମ୍‌ପମ୍‌ଙ୍କ ଅପୋଜିଟ୍‌ରେ ଆସିଥାନ୍ତେ ତମନ୍ନା। କିନ୍ତୁ ଏହି ଫିଲ୍ମଟି ଅଧାରେ ଅଟକି ରହିଛି।
ତେବେ ତମନ୍ନାଙ୍କ ପ୍ରଥମ ମୁକ୍ତିପ୍ରାପ୍ତ ସିନେମା ହେଲା ‘ଭାଇନା କ’ଣ କଲା ସେ’। ଏଥିରେ ନବାଗତ ବାଳକୃଷ୍ଣଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ତା’ପରେ ତମନ୍ନାଙ୍କୁ ‘ନିଝୁମ୍‌ ରାତିର ସାଥୀ’ ସିନେମାରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ। ଏହି ଫିଲ୍ମରେ ଜ୍ୟୋତିଙ୍କ ସହ ନଜର ଆସିଥିଲେ ତମନ୍ନା। ତମନ୍ନା ଆଉ ଜଣେ ଜଣାଶୁଣା ନାୟକ ଚନ୍ଦନଙ୍କ ସହିତ ‘ଲୁଚେଇ ଦେ ମୋତେ ଛାତି ଭିତରେ’ସିନେମାରେ ଆସୁଛନ୍ତି।

publive-imageହେଲେ ତମନ୍ନା ଏଯାଏଁ ପାଇନାହାଁନ୍ତି ଓଲିଉଡର ଷ୍ଟାର୍‌ସନ୍‌ ବାବୁସାନ୍‌ଙ୍କ ସାଥ୍‌। ଠିକ୍‌ ସେହିପରି ଆକ୍‌ସନ୍‌ ହିରୋ ଅରିନ୍ଦମ୍‌ଙ୍କ ଅପୋଜିଟ୍‌ରେ କାମ କରିବାର ଏଯାଏଁ ସୁଯୋଗ ପାଇ ନାହାନ୍ତି ତମନ୍ନା। ସବ୍ୟସାଚ୍ଚୀ, ସମ୍ବିତ୍‌, ଦୀପକ୍‌ , ଆକାଶ ଓ ବୁଦ୍ଧାଦିତ୍ୟଙ୍କ ଭଳି ନାମୀ ନାୟକଙ୍କ ସହ ବି ଯୋଡ଼ି ବନାଇ ନାହାନ୍ତି ତମନ୍ନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe