ତେଲୁଗୁ ସିନେମାରେ ତମନ୍ନା

Advertisment
ତେଲୁଗୁ ସିନେମାରେ ତମନ୍ନା

CineJosh

ତେଲୁଗୁ ଭାଷାରେ ନିର୍ମିତ ନୂଆ ଚଳଚ୍ଚିତ୍ର ‘ଭେହି ଶୁଭମୁଲୁ କାଲୁଗୁ ନିକୁ’। ଏହା ଚଳିତ ସପ୍ତାହରେ ମୁକ୍ତିଲାଭ କରିଛି। ଏହି କାହାଣୀରେ ବିଜୟ ରାଜା ନାୟକ ଥିବା ବେଳେ ଓଡ଼ିଆ ଝିଅ ତମନ୍ନା ବ୍ୟାସ ନାୟିକା ସାଜିଛନ୍ତି। ଏ ଦୁହିଁଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଶିବାଜୀ ରାଜା, ସତ୍ୟମ ରାଜେଶ, ଭେଙ୍କଟେଶ ନାରାୟଣ, ଜ୍ଞାନପ୍ରିୟ, ସତ୍ୟଜୀ ସିନ୍ଧେ, ଶ୍ରୀକାନ୍ତ ଆୟଙ୍ଗର, ମୀନା, ଅନନ୍ତ, ରାଚା ରବି, ମିର୍ଚ୍ଚି ‌ହେମନ୍ତ, ରୋହିଣୀ, ଜବରଦସ୍ତ ଆପ୍ପାରାଓ, ଅମ୍ବତି ସିନୁ, ରାଇଜିଙ୍ଗ୍ ରାଜୁ, ଦୁଭାସି ମୋହନ, ଅପୂର୍ବା ପ୍ରମୁଖଙ୍କୁ ଦେଖିବାକୁ ମିଳିବ।

publive-image

ଚଳଚ୍ଚିତ୍ର ପାଇଁ ଗୀତ ଲେଖିଛନ୍ତି ଚିରାଭୁରି ବିଜୟ କୁମାର, ଗଣେଶ, କୋଲି ବସନ୍ତ, ରାମବାବୁ ‌ଗୋଶାଲା ଏବଂ କଣ୍ଠଦାନ କରିଛନ୍ତି ରାହୁଲ ଶିପଲିଗୁଞ୍ଜ, ରୋଲ ରିଧା, ଯଶସ୍ବୀ କୋଣ୍ଡେପୁଡି, ଜ୍ଞାନୀ, ସ୍ଫୁର୍ତ୍ତି, ଜାମି ଲକ୍ଷ୍ମୀପ୍ରସନ୍ନ, ଯାମିନୀ ଘଣ୍ଟଶାଳା। ଏଥିରେ କାହାଣୀ ଓ ସଂଳାପ ଲେଖିଛନ୍ତି ଶ୍ରୀନାଥ ରେଡ୍ଡୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜ୍ଞାନୀ। ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଥୁମୁ ନରସିଂହ ପଟେଲ ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ରାମସ ରାଠୋଡ। ଏଇ ଚଳଚ୍ଚିତ୍ର ସମ୍ପର୍କରେ ଜୟଦୁର୍ଗା ଦେବୀ ମଲ୍‌ଟିମିଡିଆ ପକ୍ଷରୁ ବି‌େଶଷ ସୂଚନା ଦିଆଯାଇଛି। ତମନ୍ନା ପ୍ରଥମ ଥର ପାଇଁ ତେଲୁଗୁ ସିନେମାରେ ଅଭିନୟ କରିଥିବାକୁ ବେଶ୍ ଖୁସି ଓ ଉତ୍ସାହିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe