‘ସୁପରବୟ’ର ରିଲିଜ୍ ଅପେକ୍ଷାରେ ତମନ୍ନା, ଘର କାମରେ ସମୟ ବିତାଉଛନ୍ତି

Advertisment
 ‘ସୁପରବୟ’ର ରିଲିଜ୍ ଅପେକ୍ଷାରେ ତମନ୍ନା, ଘର କାମରେ ସମୟ ବିତାଉଛନ୍ତି

ଭୁବନେଶ୍ବର: କରୋନାର ମୁକାବିଲା ପାଇଁ ଭାରତରେ ତାଲାବନ୍ଦ ଘୋଷଣା କରିବା ପରେ ଓଲିଉଡ଼ର ଜଣାଶୁଣା ନାୟିକା ତମନ୍ନା ନିଜ ପରିବାର ସହ ବ୍ରହ୍ମପୁରରେ ରହୁଛନ୍ତି। ତେବେ ସେ ଏବେ ବିଭିନ୍ନ ଘରୋଇ କାମ ଏବଂ ପୂଜାପାଠରେ ସମୟ ବିତାଉଛନ୍ତି। ସେ ନିଜ ମା’ଙ୍କୁ ଘରକାମରେ ସାହାଯ୍ୟ କରୁଛନ୍ତି। ରୋଷେଇ ଠୁ ଆରମ୍ଭ କରି ବାସନମଜା ଯାଏଁ ସବୁ କାମରେ ସେ ମନ ଦେଇଛନ୍ତି। ମଝିରେ ମଝିରେ ବାପା ମା’ ଓ ଭଉଣୀ ସହିତ ଲୁଡୁ ମଧ୍ୟ ଖେଳୁଛନ୍ତି। ଏହା ସହିତ ସେ ଏକ ଟେଲିଭିଜନର ଏକ ସୋ’ରେ ବି ଅଂଶଗ୍ରହଣ କରୁଛନ୍ତି।

ସୂଚନାଯୋଗ୍ୟ, ତମନ୍ନାଙ୍କ ପ୍ରଥମ ମୁକ୍ତିପ୍ରାପ୍ତ ସିନେମା ହେଲା ସଂଜୟ ନାୟକଙ୍କ  ‘ଭାଇନା କ’ଣ କଲା ସେ’। ଏଥିରେ ନବାଗତ ବାଳକୃଷ୍ଣଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ତା’ପରେ ତମନ୍ନାଙ୍କୁ ‘ନିଝୁମ୍‌ ରାତିର ସାଥୀ’ ସିନେମାରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ। ଏହି ଫିଲ୍ମରେ ଜ୍ୟୋତିଙ୍କ ସହ ନଜର ଆସିଥିଲେ ତମନ୍ନା। ତା’ପରେ ତାଙ୍କୁ ‘ବ୍ଲାକମେଲ୍’, ପ୍ରେମ କୁମାର’, ପ୍ରେମ ତୋର ନଟିନଟି’ ଆଦି ସିନେମାରେ ଦେଖିବାକୁ ମିଳିଥିଲା।

ଏବେ ତାଙ୍କ ଅଭିନୀତ ‘ସୁପରବୟ’ ରିଲିଜ୍ ଅପେକ୍ଷାରେ ରହିଛି। ତମନ୍ନା ଜ୍ୟୋତିଙ୍କ ସହ ‘ସୁପରବୟ’ରେ ଆସୁଛନ୍ତି।ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ନବାଗତ କେ.ଅନୀଶ୍‌। ଏହାର ପ୍ରଯୋଜନା ଦାୟିତ୍ୱ ବହନ କରିଛନ୍ତି ରବୀନ୍ଦ୍ର ନାଥ ପଣ୍ଡା ଓ ସି କେ.ଅନୀଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe