ଭିନ୍ନ ଧରଣର ଭୂମିକାରେ ଆସୁଛନ୍ତି ଓଲିଉଡ ନାୟିକା ତମନ୍ନା

ଭିନ୍ନ ଧରଣର ଭୂମିକାରେ ଆସୁଛନ୍ତି ଓଲିଉଡ ନାୟିକା ତମନ୍ନା

ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟିକା ତମନ୍ନାଙ୍କ ହାତରେ ରହିଛି କେତୋଟି ନୂଆ ସିନେମାର ଅଫର୍। ଚଳିତ ବର୍ଷ ତାଙ୍କ ଅଭିନୀତ ‘ଗୋଲମାଲ ଲଭ୍’ ଏବଂ ‘ପ୍ରେମ ତୋର ନଟି ନଟି’ ରିଲିଜ୍ ହୋଇଛି। ତମନ୍ନା ଆଉ ଜଣେ ଜଣାଶୁଣା ନାୟକ ଚନ୍ଦନଙ୍କ ସହିତ ‘ଲୁଚେଇ ଦେ ମୋତେ ଛାତି ଭିତରେ’ସିନେମାରେ ଆସୁଛନ୍ତି। ଠିକ୍ ସେହିପରି ତମନ୍ନା ଜ୍ୟୋତିଙ୍କ ସହ ସୁପରବୟରେ ବି ଆସୁଛନ୍ତି। ଉଭୟ ସିନେମାରେ ତାଙ୍କୁ ଭିନ୍ନ ଧରଣର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

ସେ ସଂଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ପିଲ୍ମ ‘ଜୋକର୍‌’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏଥିରେ ପପୁ ପମ୍‌ପମ୍‌ଙ୍କ ଅପୋଜିଟ୍‌ରେ ଆସିଥା’ନ୍ତେ ତମନ୍ନା। କିନ୍ତୁ ଏହି ଫିଲ୍ମଟି ଅଧାରେ ଅଟକି ରହିଛି।

publive-image
ତେବେ ତମନ୍ନାଙ୍କ ପ୍ରଥମ ମୁକ୍ତିପ୍ରାପ୍ତ ସିନେମା ହେଲା ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଭାଇନା କ’ଣ କଲା ସେ’। ଏଥିରେ ନବାଗତ ବାଳକୃଷ୍ଣଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ତା’ପରେ ତମନ୍ନାଙ୍କୁ ‘ନିଝୁମ୍‌ ରାତିର ସାଥୀ’ ସିନେମାରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ। ଏହି ଫିଲ୍ମରେ ଜ୍ୟୋତିଙ୍କ ସହ ନଜର ଆସିଥିଲେ ତମନ୍ନା। ଅର୍ଦ୍ଧେନ୍ଦୁଙ୍କ ସହ ବି ତାଙ୍କୁ ‘ ବ୍ଲାକମେଲ୍‌’ରେ ଦେଖିବାକୁ ମିଳଥିଲା। ଠିକ୍ ସେହିପରି ସେ ଅନୁଭବଙ୍କ ସହ ‘ପ୍ରେମ କୁମାର’ରେ ନଜର ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe