ବିଜୟଙ୍କ ସହ ପ୍ରେମ ସମ୍ପର୍କ ନେଇ ହେଉଥିବା ଚର୍ଚ୍ଚା ଉପରେ ତମନ୍ନା ଦେଲେ ଆଶ୍ଚର୍ଯ୍ୟ କଲା ଭଳି ପ୍ରତିକ୍ରିୟା

Advertisment
ବିଜୟଙ୍କ ସହ ପ୍ରେମ ସମ୍ପର୍କ ନେଇ ହେଉଥିବା ଚର୍ଚ୍ଚା ଉପରେ ତମନ୍ନା ଦେଲେ ଆଶ୍ଚର୍ଯ୍ୟ କଲା ଭଳି ପ୍ରତିକ୍ରିୟା

tellychakkar

ମୁମ୍ବାଇ: କିଛି ଦିନ ତଳେ ବଲିଉଡ ଅଭିନେତା ବିଜୟ ବର୍ମା ଓ ଅଭିନେତ୍ରୀ ତମନ୍ନା ଭାଟିଆ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଗୋଆରେ ପରସ୍ପରକୁ ଚୁମ୍ବନ ଦେଉଥିବାର ଭିଡିଓ ଭାଇରାଲ ହେବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏହା ସହ ପୂର୍ବରୁ ବିମାନବନ୍ଦରରେ ଦୁହେଁ ଏକା ସାଙ୍ଗରେ ନଜର ଆସିଥିଲେ। ଅଭିନେତା ବିଜୟ ବର୍ମା ଗତବର୍ଷ ଡିସେମ୍ବର ୨୧ରେ ତମନ୍ନାଙ୍କ ଜନ୍ମଦିନରେ ତାଙ୍କ ଘରକୁ ଯାଇଥିବା ଦେଖାଯାଇଥିଲା।

ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ଦୁହେଁ ଖୁଲମ ଖୁଲା ସ୍ବୀକାର କରିନଥିବା ବେଳେ ଭାଲେଣ୍ଟାଇନ ଡେ’ରେ ବିଜୟ ରଖିଥିବା ଇନଷ୍ଟା ଷ୍ଟାଟସ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ କରିଥିଲା। ହେଲେ ଏବେ ତମନ୍ନା ଦୁହିଁଙ୍କ ସମ୍ପର୍କକୁ ନେଇ ଯେଉଁ ବୟାନ ଦେଇଛନ୍ତି, ତାହା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିପାରେ ନିଶ୍ଚୟ। ଏକ ସାକ୍ଷାତକାରରେ ବିଜୟଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ତମନ୍ନା କହିଛନ୍ତି, ମୁଁ ଏବଂ ବିଜୟ ସାଙ୍ଗ ‌ହୋଇ ଗୋଟିଏ ଫିଲ୍ମ କରିଛୁ। ଡେଟିଂର ଚର୍ଚ୍ଚା ତ ଏମିତି ଚାଲେ। ମୁଁ ଏସବୁକୁ ନେଇ କୌଣସି ସ୍ପଷ୍ଟୀକରଣ ଦେବାକୁ ଚାହେଁ ନାହିଁ।

ନିକଟରେ ବର୍ଲିନ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଭାରତୀୟ ୱେବ ସିରିଜ ଭାବେ ଅଭିନେତା ବିଜୟ ବର୍ମାଙ୍କ ଅଭିନୀତ ସିରିଜ ଦହାଡର ବିଶ୍ୱ ପ୍ରିମିୟର ହୋଇଥିଲା। ଏଥିରେ ବିଜୟ ଓ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସମେତ ଦହାଡର ପୂରା ଟିମ ଯୋଗ ଦେଇଥିଲେ। ଟିମର ଗୋଟିଏ ଫଟୋ ଇନଷ୍ଟା ଷ୍ଟାଟସ‌ରେ ସେୟାର କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ତମନ୍ନ‌ା। ଶୁଭେଚ୍ଛା ପାଇବା ପରେ ବିଜୟ ଧନ୍ୟବାଦ ଜଣାଇ ‘ଥାଙ୍କ୍ସ ଟମାଟର’ ବୋଲି ଲେଖିଥିଲେ। ତାଙ୍କର ଏହି ପୋଷ୍ଟ ପରେ ବିଜୟ, ତମନ୍ନାଙ୍କୁ ଟମାଟର ଡାକୁଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe