ପ୍ରଥମ ଡେଟରେ ଶାରୀରିକ ସମ୍ପର୍କ ରଖିଥିଲେ କି? ପ୍ରଶ୍ନର ଏଭଳି ଉତ୍ତର ଦେଲେ ତମନ୍ନା-ବିଜୟ

ପ୍ରଥମ ଡେଟରେ ଶାରୀରିକ ସମ୍ପର୍କ ରଖିଥିଲେ କି? ପ୍ରଶ୍ନର ଏଭଳି ଉତ୍ତର ଦେଲେ ତମନ୍ନା-ବିଜୟ

ମୁମ୍ବାଇ: କିଛି ଦିନ ତଳେ ବଲିଉଡ ଅଭିନେତା ବିଜୟ ବର୍ମା ଓ ଅଭିନେତ୍ରୀ ତମନ୍ନା ଭାଟିଆ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଗୋଆରେ ପରସ୍ପରକୁ ଚୁମ୍ବନ ଦେଉଥିବାର ଭିଡିଓ ଭାଇରାଲ ହେବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ପ୍ରଥମେ ଏହା ଉପରେ ଦୁହେଁ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଏବେ ଦୁହେଁ ସର୍ବସାଧାରଣରେ ନିଜର ‌ପ୍ରେମ ସମ୍ପର୍କକୁ ସ୍ବୀକାର କରିଛନ୍ତି। ଏହା ସହ ତମନ୍ନା ନିଜର ୧୭ବର୍ଷ କ୍ୟାରିୟରରେ ପ୍ରଥମ କରି ‘ଲଷ୍ଟ ଷ୍ଟୋରିଜ୍-୨’ ପାଇଁ ନିଜର ‘ନୋ-କିସ୍ ପଲିସି’ ଭାଙ୍ଗି ବିଜୟଙ୍କୁ ପ୍ରଥମ କରି ପରଦାରେ ଚୁମ୍ବନ ଦେଇଛନ୍ତି।

ତେବେ ଏକ ସାକ୍ଷାତକାରରେ ଦୁହିଁଙ୍କୁ କିଛି ଏଭଳି ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତର ଜାଣିବାକୁ ସମସ୍ତେ ଉତ୍ସାହିତ ଅଛନ୍ତି। ଏକ ସାକ୍ଷାତକାରରେ ‘ଲଷ୍ଟ ଷ୍ଟୋରିଜ୍-୨’ର ନିର୍ଦ୍ଦେଶକ ସୁଜୟ ଘୋଷ, ବିଜୟ ଓ ତମନ୍ନାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ପ୍ରଥମ ଡେଟରେ କେବେ ଶାରୀରିକ ସମ୍ପର୍କ ରଖିଛନ୍ତି କି? ଏହାର ଉତ୍ତରରେ ସୁଜୟ କହିଥିଲେ, ଏତେ ଭାଗ୍ୟବାନ ନୁହେଁ। ମୁଁ ମଧ୍ୟବିତ୍ତ ପରିବାରରୁ ଆସିଛି, ମୋତେ ସବୁକିଛି ପାଇଁ କଷ୍ଟ କରିବାକୁ ପଢ଼େ। ଏହା ପରେ ତମନ୍ନା କହିଥିଲେ ଯେ, ନାଁ ମୁଁ କେବେ ପ୍ରଥମ ଡେଟରେ ଶାରୀରିକ ସମ୍ପର୍କ ରଖିନାହିଁ। ଏହା ପରେ ବିଜୟ କହିଥିଲେ, ମୁଁ ନିଶ୍ଚିତ କରିଥାଆନ୍ତି।

ତେବେ ପ୍ରେମ ସମ୍ପର୍କକୁ ସ୍ବୀକାର କରିବା ପରେ ନିକଟରେ, ଅଭିନେତା ପ୍ରକାଶ କରିଥିଲେ ଯେ ତମନ୍ନାଙ୍କର କେଉଁ ଅଭ୍ୟାସ ତାଙ୍କୁ ଅଧିକ ବିରକ୍ତ କରେ। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତା ବିଜୟଙ୍କୁ ପଚରାଯାଇଥିଲା ଯେ ତମନ୍ନାଙ୍କର ଗୋଟିଏ ଅଭ୍ୟାସ କ’ଣ ଯାହା ଆପଣଙ୍କୁ ଅଧିକ ବିରକ୍ତ କରେ?

ଉତ୍ତରରେ ବିଜୟ ସ୍ପଷ୍ଟ ଭାବରେ କହିଥିଲେ, ‘ସେ ବ୍ୟାୟାମକୁ ଟିକେ ଅଧିକ ଗୁରୁତ୍ବ ଦିଅନ୍ତି। ଅର୍ଥାତ, ସେ ବ୍ୟାୟାମ ଅନୁଯାୟୀ ନିଜର ଦିନ ଯୋଜନା କରନ୍ତି। ଜିମ୍ ଯିବା ହେତୁ ସେ ତାଙ୍କର ନିଦ ମଧ୍ୟ ପୂରା କରିପାରନ୍ତି ନାହିଁ। ମୁଁ ତାଙ୍କୁ କହେ ଯେ, ଏକ ଭଲ ଜୀବନଶୈଳୀ ପାଇଁ ତୁମର ନିଦକୁ ପୂରା କରିବା ଅତ୍ୟନ୍ତ ଜରୁରୀ। କିନ୍ତୁ ସେ କେବଳ ୪ ଘଣ୍ଟା ଶୋଇବା ପରେ ଜିମ୍ ଚାଲିଯାଆନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe