ତମନ୍ନା ଭାଟିଆ କରୋନା ପିଜିଟିଭ

Advertisment
ତମନ୍ନା ଭାଟିଆ କରୋନା ପିଜିଟିଭ

ମୁମ୍ବାଇ: ଦକ୍ଷିଣ ଓ ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ କରୋନା ଟେଷ୍ଟ ପଜିଟିଭ୍ ଆସିଛି। ଗତ କିଛି ଦିନ ହେବ ସେ ୱେବ୍ ସିରିଜ୍ ପାଇଁ ହାଇଦ୍ରାବାଦରେ ଥିଲେ। ନିକଟରେ ତମନ୍ନା ଭାଟିଆଙ୍କ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ବାବ ସଂଗ୍ରହ କରି କରୋନା ପରୀକ୍ଷା ପାଇଁ ଯାଇଥିଲେ। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହି ଖବର ତମନ୍ନାଙ୍କ ପ୍ରଶଂସକଙ୍କ ପାଖରେ ପହଞ୍ଚିବା ପରେ ସେମାନେ ଅଭିନେତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ତେବେ ତମନ୍ନାଙ୍କ ପୂର୍ବରୁ ଅଗଷ୍ଟରେ ତାଙ୍କ ପିତାମାତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ବର୍ତ୍ତମାନ ସେମାନଙ୍କ ରିପୋର୍ଟ ନେଗେଟିଭ ରହିଛି। ସେତେବେଳେ ତମନ୍ନା ଭାଟିଆ ସୋସିଆଲ ମିଡିଆରେ ଲେଖିଥିଲେ, 'ମୋର ପିତାମାତାଙ୍କର କୋଭିଡ -୧୯ ର ସାମାନ୍ୟ ଲକ୍ଷଣ ଦେଖା ଦେଇଛି। ସେଥିପାଇଁ ତାଙ୍କୁ ସତର୍କତାମୂଳକ ଭାବରେ ଘରେ କୋଭିଡ ପରୀକ୍ଷା କରାଯାଇଥିଲା। ଏଥିରେ ଦୁହିଁଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

Tamannaah Bhatia tests coronavirus positive, admitted to a hospital in Hyderabad - Movies News

ଏପର୍ଯ୍ୟନ୍ତ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ କରୋନା ମାମଲା ସାମ୍ନାକୁ ଆସିଛି। ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ଠାରୁ ଆରମ୍ଭ କରି ମଲାଇକା ଆରୋରା, ଅର୍ଜୁନ କପୁର, ଆଫତବ ଶିବଦାସାନି, ଜେନେଲିଆ ଡି’ସୁଜା, କିରଣ କୁମାର ପର୍ଯ୍ୟନ୍ତ ସମସ୍ତ ସେଲିବ୍ରିଟି କରୋନାରେ  ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe