ବିବାହ ଚର୍ଚ୍ଚା ମଧ୍ୟରେ ଆସିଲା ବ୍ରେକଅପ୍ ଖବର, ଅଲଗା ହେଲେ ତମନ୍ନା-ବିଜୟ !

ତମନ୍ନା ଭାଟିଆ ଏବଂ ବିଜୟ ବର୍ମା ବଲିଉଡର ସୁନ୍ଦର ଯୋଡ଼ି ମଧ୍ୟରୁ ଜଣେ ଥିଲେ। ରିପୋର୍ଟ ଅନୁସାରେ, ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଛି। ବିବାହ ଚର୍ଚ୍ଚା ମଧ୍ୟରେ ଦୁହେଁ ଅଲଗା ହୋଇଛନ୍ତି।

tvijyaa

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ଅଭିନେତା ବିଜୟ ବର୍ମା ପୁଣି ଥରେ ଚର୍ଚ୍ଚାରେ। ୨୦୨୨‌ରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ଏବେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବ୍ରେକଅପ ଖବର ଆସିବ‌ା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ରେକଅପ୍ ଖବର ମଧ୍ୟରେ ତମନ୍ନା ଏବଂ ବିଜୟ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

କୁହାଯାଉଛି ଯେ, ତମନ୍ନା ଏବଂ ବିଜୟ କିଛି ସପ୍ତାହ ପୂର୍ବରୁ ଅଲଗା ହୋଇଯାଇଥିଲେ। ସେମାନେ ବର୍ତ୍ତମାନ ବ୍ରେକଅପକୁ ନେଇ ନୀରବତା ବଜାୟ ରଖିଛନ୍ତି। ତେବେ ଏହି ଖବର ଶୁଣି ଉଭୟଙ୍କ ପ୍ରଶଂସକମାନେ ବହୁତ ଦୁଃଖିତ, କାରଣ ସେମାନେ ତମନ୍ନା ଏବଂ ବିଜୟଙ୍କ ବିବାହକୁ ଅପେକ୍ଷା କରିଥିଲେ। ଯେଉଁଠାରେ ଦୁହେଁ ଏକାଠି ନଜର ଆସୁଥିଲେ, ସମସ୍ତେ ସେମାନଙ୍କୁ ସେମାନଙ୍କ ବିବାହ ଯୋଜନା ବିଷୟରେ ପଚାରୁଥିଲେ।

ଏବେ ଦୁହିଁଙ୍କ ବ୍ରେକଅପ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସମ୍ପର୍କ ଭାଙ୍ଗିବା ପରେ ବି ଦୁହେଁ ଭଲ ବନ୍ଧୁ ହୋଇ ରହିବାକୁ ଯୋଜନା କରିଥିବା କୁହାଯାଉଛିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe