ଭୁଲ ଚିକିତ୍ସା ମହଙ୍ଗା ପଡ଼ିଲା; ବିଗିଡ଼ି ଗଲା ଅଭିନେତ୍ରୀଙ୍କ ଚେହେରା

Advertisment
ଭୁଲ ଚିକିତ୍ସା ମହଙ୍ଗା ପଡ଼ିଲା; ବିଗିଡ଼ି ଗଲା ଅଭିନେତ୍ରୀଙ୍କ ଚେହେରା

ନୂଆଦିଲ୍ଲୀ: ତାମିଲ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ରାଇଜା ଉଇଲସନ୍ ନିଜ ଚେହେରାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ  ସ୍କ୍ରିନ୍କେୟାର ନେବା ପୂର୍ବ ଓ ପର ଫଟୋ ସେୟାର କରିଛନ୍ତି।

ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ଅଭିନେତ୍ରୀ ନିଜ ଦୁଃଖ ବଖାଣି ଲେଖିଛନ୍ତି, ଡରମାଟୋଲୋଜି‌ଷ୍ଟ ଏକ ଚିକିତ୍ସା ପାଇଁ ମୋତେ ଚାପ ପକାଇଥିଲେ। ଯାହାପରେ ମୋ ଚେହେରାର ଏଭଳି ଅବସ୍ଥା ହୋଇଛି।

क्या है फेशियल ट्रीटमेंट
ଟଲିଉଡର ଲୋକପ୍ରିୟ ଅଭିନେତ୍ରୀ ରାଇଜା ଉଇଲସନ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି। ତାଙ୍କ ଚେହେରାରେ ଏକ କଳାଦାଗ ଦେଖିବାକୁ ମିଳୁଛି। ଏଥିସହିତ ତାଙ୍କ ଆଖି ତଳ ଫୁଲି ଯାଇଥିବା ବି ନଜରକୁ ଆସୁଛି।

ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, ଏସବୁ ଡାକ୍ତରଙ୍କ ଦ୍ବାରା କରାଯାଇଥିବା ଫେସିଆଲ ଚିକିତ୍ସା ହେତୁ ହୋଇଛି। ନର୍ମାଲ ଫେସିଆଲ ପାଇଁ ସେ ଡାକ୍ତର ଭୌରବଙ୍କ ପାଖକୁ ଯାଇଥିଲେ। କିନ୍ତୁ ସେ ତାଙ୍କ ଅନୁଯାୟୀ ଅନ୍ୟ ଏକ ଫେସିଆଲ କରିଥିଲେ, ଯାହାପରେ ଚେହେରାର ଏଭଳି ଅବସ୍ଥା ହୋଇଛି। ଏଭଳି ଅସୁବିଧା ସ‌ତ୍ତ୍ବେ ଡାକ୍ତର ଭେଟିବାକୁ କି ଏ ସମ୍ପର୍କରେ କିଛି ଆଲେଚନା କରିବାକୁ  ମନା କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe