ମୁମ୍ବାଇ: ସୋସିଆଲ ମିଡିଆକୁ ବାଏ ବାଏ କହିଲେ ବାଗଚି। ଇଷ୍ଟ୍ରାଗ୍ରାମରେ ଲେଖିଲେ ଭାବପ୍ରବଣଭରା ମେସେଜ। ବଲିଉଡକୁ ଅନେକ ହିଟ୍ ଗୀତ ଉପହାର ଦେଇଥିବା ତନିଷ୍କ ବାଗଚୀ ଏବେ ସୋସିଆଲ ମିଡିଆରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ବିଷୟରେ ସେ ସୋସିଆଲ ମିଡିଆରେ ଜଣାଇବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନଭେମ୍ବର ୧୬ ତାରିଖରେ ବାଗଚୀ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ନୋଟ୍ ସେୟାର କରିଛନ୍ତି, ଯେଉଁଥିରେ ସେ ସୋସିଆଲ ମିଡିଆ ଛାଡୁଥିବା କଥା କହିଛନ୍ତି।
ସୈୟାରା ଚଳତିତ୍ରରୁ ବିପୁଳ ସଫଳତା ପାଇଥିବା ତନିଷ୍କ ବାଗଚୀ ନିଜ ଉପରେ ଏବଂ ନିଜ ବ୍ୟକ୍ତିଗତ ଅଭିବୃଦ୍ଧି ଉପରେ ଧ୍ୟାନ ଦେବା ପାଇଁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ସେ ସୋସିଆଲ ମିଡିଆଠାରୁ ଦୂରରେ ରହିଲେ ବି କୌଣସି କାମ ପାଇଁ ତାଙ୍କ ଏଜେନ୍ସି ସହ ଯୋଗାଯୋଗ କରିବାକୁ କହିଛନ୍ତି ତନିଷ୍କ।
ପୋଷ୍ଟରେ କ’ଣ ଲେଖିଛନ୍ତି ବାଗଚୀ?
ବାଗଚୀ ନିଜ ଇନଷ୍ଟାଗ୍ରାମ୍ରେ ଏକ ଭାବପ୍ରବଣଭରା ପୋଷ୍ଟ କରି ଲେଖିଛନ୍ତି ଯେ, "ମୋର ସମସ୍ତ ଫଲୋୟର୍ସ ଓ ପ୍ରଶଂସକଙ୍କୁ ନମସ୍କାର। ଆଜି ମୁଁ ଏକ ଗୁରୁତ୍ବପୁର୍ଣ୍ଣ କଥା ଆପଣଙ୍କ ସହ ସେୟାର କରିବାକୁ ଯାଉଛି। ଆଜିଠାରୁ କିଛି ଦିନ ପାଇଁ ମୁଁ ସୋସିଆଲ ମିଡିଆଠାରୁ ନିଜକୁ ଦୂରେଇ ରଖିବି। ଏବେ ମୋ ଏଜେନ୍ସି ମୋ ଆକାଉଣ୍ଟ ପରିଚାଳନା କରିବ। ଯଦି କେହି କୌଣସି କାମ ପାଇଁ ମୋ ସହ ଯୋଗାଯୋଗ କରିବାକୁ ଚାହାନ୍ତି ତେବେ ମୋର ଏଜେନ୍ସି ସହ ଯୋଗାଯୋଗ କରିପାରିବେ କିମ୍ବା ଇନଷ୍ଟା ବାୟୋରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିପାରିବେ। ମୋ ଗୀତକୁ ଭଲପାଇବା ଦେଇଥିବାରୁ, ମୋତେ ସମର୍ଥନ କରିଥିବାରୁ ଓ ମୋ ପାଇଁ ଠିଆ ହୋଇ ମୋତେ ଶକ୍ତିଶାଳୀ କରିଥିବାରୁ ଧନ୍ୟବାଦ୍। ଏହା ପରଠାରୁ ମୋ ଏଜେନ୍ସି ସବୁ ସମ୍ଭାଳିବ।"
ଚିନ୍ତାରେ ଅଛନ୍ତି ସମର୍ଥକ
ବାଗଚୀଙ୍କ ଏହି ପୋଷ୍ଟ ପରେ ଏବେ ତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢ଼ିଛି। ତାଙ୍କ ପୋଷ୍ଟ ଦେଖି ସେ ଖୁବଶୀଘ୍ର ସୋସିଆଲ ମିଡିଆକୁ ଫେରିଆସନ୍ତୁ ବୋଲି ପ୍ରଶଂସକମାନେ ଅନୁରୋଧ କରିଛନ୍ତି।
ଆହୁରି ପଢ଼ନ୍ତୁ: Masood Azhar : ମୁଁ ଏଲନ ମସ୍କଙ୍କଠାରୁ ଧନୀ, ଜିହାଦ ପାଇଁ ଅର୍ଥର ଅଭାବ ନାହିଁ : ମାସୁଦ ଆଝାର
ଆହୁରି ପଢ଼ନ୍ତୁ: Shivering Cold: ପୁଣି ଖସିଲା ପାରଦ: ବଢିଲା ଶୀତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/17/tanishk-bagchi-2025-11-17-17-27-50.jpg)