Deccan Chronicle
ମୁମ୍ବାଇ: ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ଥରେ ବଲିଉଡ୍କୁ ଫେରୁଛନ୍ତି ଅଭିିନେତ୍ରୀ ତନୁଶ୍ରୀ ଦତ୍ତ। ୨୦୧୮ ମସିହାରେ ସେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି #ମିଠୁ ଅଭିଯାନରେ ନିଜକୁ ସାମିଲ୍ କରିଥିଲେ। ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ହର୍ଣ୍ଣ ଓକେ ପ୍ଲିଜ୍’ ଚଳଚ୍ଚିତ୍ରରେ ନାନା ତାଙ୍କ ସହ ଅସଦାଚରଣ କରିିଥିଲେ ବୋଲି ଅଭିଯୋଗ ଆଣିଥିବା ତନୁଶ୍ରୀ ଦୀର୍ଘ ଦିନ ଧରି ବଲିଉଡ୍ରୁ ବିରତି ନେବା ପରେ ପୁଣି ଥରେ ଫେରୁଛନ୍ତି ବୋଲି ଖବର ରହିଛି।
ସେ ଏକ ଦୀର୍ଘ ଇନ୍ଷ୍ଟା ପୋଷ୍ଟ୍ରେ ବଲିଉଡ୍କୁ ତାଙ୍କର ଫେରିବା କଥା ଘୋଷଣା କରିଛନ୍ତି। ଯଦିଓ କିଛି ନିହାତି ଖରାପ ଲୋକଙ୍କ ପାଇଁ ସେ ନିଜ ରାସ୍ତାରୁ ଟିକେ ଓହରି ଯାଇଥିଲେ, ତଥାପି ସେ ନିଜ ଅଭିନୟ ଏବଂ ସୃଜନଶୀଳ ଦିଗକୁ ଅନ୍ୟ ଏକ ସୁଯୋଗ ଦେବାକୁ ଚାହାନ୍ତି। ଯେଉଁଥିପାଇଁ ସେ ଆମେରିକା ସରକାରଙ୍କ ପକ୍ଷରୁ ମିଳିଥିବା ସୁରକ୍ଷିତ ତଥା ସମ୍ମାନଜନକ ଆଇଟି ଚାକିରି ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି।
Follow Us