Advertisment

ଓକିଲଙ୍କୁ ଏହିପରି ଭାବେ ମୁହଁତୋଡ଼ ଜବାବ ଦେଲେ ଅଭିନେତ୍ରୀ ତନୁଶ୍ରୀ

Advertisment
ଓକିଲଙ୍କୁ ଏହିପରି ଭାବେ ମୁହଁତୋଡ଼ ଜବାବ ଦେଲେ ଅଭିନେତ୍ରୀ ତନୁଶ୍ରୀ

ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ‘ଆସିକ୍‌ ବନାୟା ଆପ୍‌ନେ’ ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ୧୦ ବର୍ଷ ପୂର୍ବେ ବଲିଉଡ୍‌ କଳାକାର ନାନା ପାଟେକର ତାଙ୍କ ସହ ଅସଦାଚାରଣ କରିଥିଲେ ବୋଲି ଅଭିଯୋଗ ଆଣିବା ପରେ ବଲିଉଡ୍‌ରେ ଏବେ ହଲ୍ଲା ମଚାଇଛି #ମିଠୁ ଅଭିଯାନ। ନାନା-ତନୁଶ୍ରୀଙ୍କ ମାମଲାରେ ବହୁ ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜର ମତ ରଖିଛନ୍ତି। କେହି କେହି ତନୁଶ୍ରୀଙ୍କୁ ସମର୍ଥନ କରିଥିବା ବେଳେ କେହି ନାନାଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି।

ଏହି ମାମଲାରେ ତନୁଶ୍ରୀଙ୍କୁ ବହୁ ଆଲୋଚନା ଓ ସମାଲୋଚନାର ସାମ୍ନା କରିବାକୁ ପଡୁଛି। ନିକଟରେ ତନୁଶ୍ରୀଙ୍କୁ ଜଣେ ଓକିଲ୍‌ ପଚାରିଥିବା ଏକ ପ୍ରଶ୍ନର ମୁହଁତୋଡ଼ ଜବାବ ରଖିଛନ୍ତି ସେ। ଓକିଲଙ୍କ ପ୍ରଶ୍ନ ଥିଲା ୨୦୦୮ ମସିହାରେ ତନୁଶ୍ରୀ ଅଭିନେତା ଇମ୍ରାନ ହାସ୍ମିଙ୍କ ସହ ବହୁ ଅନ୍ତରଙ୍ଗ ମୁହୂର୍ତ୍ତ ସେୟାର୍‌ କରିଥିବା ସତ୍ୱେ କାହିଁକି ସେବେ ଚୁପ୍‌ ରହିଥିଲେ। ଏହାର ଉତ୍ତରରରେ ତନୁଶ୍ରୀ କହିଛନ୍ତି କି କିଛି ପ୍ରଶ୍ନ ପଚାରିବା ପୂର୍ବରୁ ପ୍ରଥମେ ହୋମଓ୍ଵାର୍କ ଭଲ ଭାବେ କରିକି ଆସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe