www.jagran.com
ମୁମ୍ବାଇ : କିଛି ମାସ ତଳେ ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଅସଦାଚରଣର ଅଭିଯୋଗ ଆଣିଥିଲେ । ଏ ନେଇ ତନୁଶ୍ରୀ ଓସିଓ୍ଵାରା ପୁଲିସ ଆଗରେ ଅଭିଯୋଗ କରିଥିବା ବେଳେ ତଦନ୍ତ କରିଥିଲା ପୁଲିସ । ତେବେ ତଦନ୍ତ ପରେ କୌଣସି ପ୍ରମାଣ ନ ମିଳିବାରୁ ଆଜି ନାନା ପାଟେକରଙ୍କୁ ମୁମ୍ବାଇ ପୁଲିସ କ୍ଲିନ୍ ଚିଟ୍ ଦେଇଥିଲା । ଏ ନେଇ ମୁମ୍ବାଇର ଓସିଓ୍ଵାରା ଥାନା ପକ୍ଷରୁ ମୁମ୍ବାଇ ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଏକ ରିପୋର୍ଟ ମଧ୍ୟ ଦାଖଲ କରାଯାଇଥିଲା ।
ତେବେ ନାନାଙ୍କୁ ମୁମ୍ବାଇ ପୁଲିସ କ୍ଲିନ୍ ଚିଟ୍ ଦେବା ପରେ ରାଗି ଯାଇଛନ୍ତି ତନୁଶ୍ରୀ । ଏକ ଭ୍ରଷ୍ଟ ପୁଲିସ ଫୋର୍ସ ଏବଂ ଲିଗାଲ ସିଷ୍ଟମ ଏଭଳି ମଣିଷକୁ କ୍ଲିନ୍ ଚିଟ୍ ଦେଇଛନ୍ତି, ଯିଏ ସେମାନଙ୍କଠାରୁ ବହୁତ ବଡ଼ ଭ୍ରଷ୍ଟାଚାରୀ । ନାନାଙ୍କ ଉପରେ ବିଭିନ୍ନ ମହିଳାଙ୍କୁ ଧମକାଇବା, ଅସଦାଚରଣ କରିବା ଏବଂ ଶୋଷଣ କରିବାର ଅଭିଯୋଗ ରହିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ତନୁଶ୍ରୀ ।
Follow Us