ଅଜୟଙ୍କୁ 'ହେଲୋ' କହିଲିନି ବୋଲି ଫିଲ୍ମରୁ ବାହାର କରିଦେଲେ: ବିଜୟ ରାଜ୍

Advertisment
ଅଜୟଙ୍କୁ 'ହେଲୋ' କହିଲିନି ବୋଲି ଫିଲ୍ମରୁ ବାହାର କରିଦେଲେ: ବିଜୟ ରାଜ୍

ମୁମ୍ବାଇ: 'ସନ୍ ଅଫ୍ ସରଦାର-୨'ରୁ ବାହାରିଲେ ବରିଷ୍ଠ ଅଭିନେତା ବିଜୟ ରାଜ୍। ଏବେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଥିବା ବେଳେ ମୁଖ୍ୟ କଳାକାର ଅଜୟ ଦେବଗନଙ୍କୁ ସମ୍ମାନ ଜଣାଇ 'ହେଲୋ' ନ କହିବାରୁ ବିଜୟ ରାଜଙ୍କୁ ଫିଲ୍ମରୁ ବାହାର କରାଯାଇଥିବା ନେଇ ଅଭିନେତା ଦାବି କରିଛନ୍ତି। ହେଲେ ଫିଲ୍ମର ସହ-ପ୍ରଯୋଜକ କିଛି ଭିନ୍ନ କାରଣ ଦେଇଛନ୍ତି।

ତାଙ୍କ କହିବା ମୁତାବକ, “ହଁ, ଏହା ସତ୍ୟ ଯେ ସେଟରେ ତାଙ୍କ ଆଚରଣ ଯୋଗୁଁ ଆମେ ବିଜୟ ରାଜଙ୍କୁ ଫିଲ୍ମରୁ ହଟାଇ ଦେଇଛୁ। ସେ ବଡ଼ ରୁମ୍, ବଡ଼ ଭ୍ୟାନିଟି ଭ୍ୟାନ୍ ମାଗିଥିଲେ ଏବଂ ସ୍ପଟ୍ ବଏମାନଙ୍କ ପାଇଁ ଆମକୁ ଅଧିକ ଚାର୍ଜ ମଧ୍ୟ ମାଗିଥିଲେ। ତାଙ୍କ ସ୍ପଟ୍ ବଏ ଗୋଟେ ରାତିକୁ ୨୦,୦୦୦ ଟଙ୍କା ନେଉଥିଲେ, ଯାହାକି ବଡ଼ ସେଲିବ୍ରିଟିମାନଙ୍କ ସ୍ପଟବଏଙ୍କ ପାରିଶ୍ରମିକଠାରୁ ଢ଼େର୍ ଅଧିକ। ବ୍ରିଟେନ ଏକ ମହଙ୍ଗା ସ୍ଥାନ ଏବଂ ସୁଟିଂ ସମୟରେ ସମସ୍ତେ ଷ୍ଟାଣ୍ଡାର୍ଡ ରୁମରେ ରହୁଥିଲେ। କିନ୍ତୁ ସେ ପ୍ରିମିୟମ୍ ସୁଟ୍ ମାଗିଥିଲେ। ”

ସେ ଆହୁରି କହିଛନ୍ତି ଯେ, “ଯେତେବେଳେ ଆମେ ତାଙ୍କୁ କେତେ ଟଙ୍କା ଖର୍ଚ୍ଚ ହେଉଛି ସେ ବିଷୟରେ ବୁଝାଇବାକୁ ଚେଷ୍ଟା କଲୁ, ସେ ବୁଝିବାକୁ ମନା କଲେ ଏବଂ ଅଭଦ୍ର ଭାଷା କହିଥିଲେ। ସେ କହିଥିଲେ ଯେ, 'ତୁମେ ମାନେ ମୋତେ ଅଫର ଦେଇଥିଲ। ମୁଁ ନିଜ ଆଡୁ କାମ ମାଗିବାକୁ ଆସିନଥିଲି।' ସେ ଏଭଳି କହିବାରୁ ଆମେ ତାଙ୍କର ସମସ୍ତ ଦାବି ପୂରଣ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ତାଙ୍କ ଆଚରଣ ଦିନକୁ ଦିନ ବିଗିଡିଥିଲା। ତିନି ଜଣ କର୍ମଚାରୀଙ୍କ ଯାତ୍ରା ପାଇଁ ସେ ଦୁଇଟି କାର ଦାବି କରିବାକୁ ଲାଗିଲେ। ଏସବୁ ଦେଖି ସମସ୍ତ ଆଲୋଚନା ପରେ ଆମେ ତାଙ୍କୁ ଫିଲ୍ମରୁ ହଟାଇବାକୁ ନିଷ୍ପତ୍ତି ନେଇଛୁ। ”

ଅନ୍ୟପକ୍ଷରେ ବିଜୟ କହିଛନ୍ତି ଯେ, “ଟ୍ରାଏଲ ପାଇଁ ସମୟ ପୂର୍ବରୁ ମୁଁ ସେଟରେ ପହଞ୍ଚିଥିଲି। ମୁଁ ଅଜୟ ଦେବଗନଙ୍କୁ ଅଭିବାଦନ କରି ନଥିଲି କାରଣ ସେ ବ୍ୟସ୍ତ ଥିଲେ, ଏବଂ ମୁଁ ମୋର ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କରିବା ଜାରି ରଖିଲି। ୩୦ମିନିଟ୍ ପରେ, ସହ-ପ୍ରଯୋଜକ ମୋ ପାଖକୁ ଆସି କହିଲେ, ତୁମକୁ ଫିଲ୍ମରୁ ବାହାର କରାଯାଉଛି। ଅଜୟ ଦେବଗନଙ୍କୁ ଅଭିବାଦନ ନକରିବାରୁ ସେଟରେ ପହଞ୍ଚିବାର ୩୦ମିନିଟ ମଧ୍ୟରେ ମୋତେ ଫିଲ୍ମରୁ ହଟାଇ ଦିଆଯାଇଥିଲା।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe