ସୁଟିଂ ସେଟରେ ଛୋଟ ପୋଷାକ ପିନ୍ଧି ବସିବାକୁ କହୁଥିଲେ; ବିବେକଙ୍କ ଉପରେ ତନୁଶ୍ରୀଙ୍କ ଆରୋପ

Advertisment
ସୁଟିଂ ସେଟରେ ଛୋଟ ପୋଷାକ ପିନ୍ଧି ବସିବାକୁ କହୁଥିଲେ; ବିବେକଙ୍କ ଉପରେ ତନୁଶ୍ରୀଙ୍କ ଆରୋପ

ମୁମ୍ବାଇ: 'ଦି କଶ୍ମୀର ଫାଇଲ୍ସ'ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସବୁବେଳେ ନିଜ ଫିଲ୍ମର କାହାଣୀକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ବଲିଉଡରେ ସେ ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ହୋଇଥିବା ବେଳେ ଏବେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ତାଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିବାର ପୁରୁଣା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ତନୁଶ୍ରୀ କହିଛନ୍ତି ଯେ, ବିବେକ ସୁଟିଂ ସେଟରେ ଛୋଟ ପୋଷାକ ପିନ୍ଧି ବସିବାକୁ କହୁଥିଲେ। ତାଙ୍କର ଏହି ଭିଡିଓକୁ ନେଇ ଏ‌ବେ ଚର୍ଚ୍ଚା ଆରମ୍ଭ ହୋଇଛି।

ତନୁଶ୍ରୀ ବିବେକ ଅଗ୍ରିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଚକୋଲେଟ(୨୦୦୫)ରେ ଅଭିନୟ କରିଥିଲେ। ଏହି ଫିଲ୍ମ ସମୟରେ ତାଙ୍କ ସହ ବିବେକ କିଭଳି ବ୍ୟବହାର କରିଥିଲେ, ତାହା ଜଣାଇଥିଲେ ଅଭିନେତ୍ରୀ। ସେ କହିଥିଲେ ଯେ, ଦିନେ ମୁଁ ସୁଟିଂ ସେଟରେ ୫ମିନିଟ ବିଳମ୍ବରେ ପହଞ୍ଚିବାରୁ ସେ ମୋ ଉପରେ ସମସ୍ତଙ୍କ ଆଗରେ ରାଗିଥିଲେ। ସବୁଦିନ ମୁଁ ଠିକ ସମୟରେ ପହଞ୍ଚେ। ବେଳେବେଳେ ସୁଟିଂ ସେଟ ପ୍ରସ୍ତୁତ ବି ହୋଇନଥିବ, ହେ‌ଲେ ମୁଁ ପହଞ୍ଚିଯାଇଥାଏ। କିନ୍ତୁ ଗୋଟାଏ ଦିନ ମାତ୍ର ୫ମିନିଟ ପାଇଁ ସେ ମୋ ଉପରେ ରାଗିଥିଲେ। ଫିଲ୍ମର ସୁଟିଂ ସମୟରେ ମୋତେ  ବହୁତ ଛେଟ ପୋଷାକ ପିନ୍ଧିବାକୁ ପଡ଼ିିଥିଲା। ସୁଟିଂ ନଥିବାରୁ ମୁଁ ଘୋଡାଇ ହୋଇ ବସିଥିଲି। ହେଲେ ସେ ଆସି ମୋତେ କହିଥିଲେ, ଏବେ କିଛି ସମୟରେ ସୁଟିଂ ଆରମ୍ଭ ହେବ। ତୁମେ ଘୋଡ଼ାଇ ହୁଅ ନାହିଁ। ବାଧ୍ୟ ହୋଇ ମୁଁ ସମସ୍ତଙ୍କ ଆଗରେ ଛୋଟ ପୋଷାକ ପିନ୍ଧି ବସିଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe