ଅସଦାଚରଣର ଅଭିଯୋଗ ଆସିବା ପରେ ଗଣେଶ ଆଚାର୍ଯ୍ୟଙ୍କୁ ବଲିଉଡରୁ ବହିଷ୍କାର କରିବା ଦାବି କଲେ ତନୁଶ୍ରୀ

Advertisment
ଅସଦାଚରଣର ଅଭିଯୋଗ ଆସିବା ପରେ ଗଣେଶ ଆଚାର୍ଯ୍ୟଙ୍କୁ ବଲିଉଡରୁ ବହିଷ୍କାର କରିବା ଦାବି କଲେ ତନୁଶ୍ରୀ

oneindia.com

ନୂଆଦିଲ୍ଲୀ: ଜଣେ ୩୩ବର୍ଷୀୟା ମହିଳା କୋରିଓଗ୍ରାଫର ଲୋକପ୍ରିୟ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ଉପରେ ଅସଦାଚରଣର ଅଭିଯୋଗ ଆଣିଥିଲେ। କାମ କରିବାରୁ ରୋକିବା ଓ ତାଙ୍କ ଆୟରୁ ଭାଗ ନେବାକୁ ଚାହୁଥିବା, ପର୍ଣ୍ଣ ଭିଡିଓ ଦେଖିବାକୁ ବାଧ୍ୟ କରୁଥିବା ଆଦି ଅଭିଯୋଗ ଆଣିଥିଲେ ମହିଳା। ଏବେ ମହିଳାଙ୍କ ଅଭିଯୋଗ ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ନିଜର #ମିଠୁ କାହାଣୀକୁ ନେଇ ଚର୍ଚ୍ଚାରେ ରହିସାରିଥିବା ତନୁଶ୍ରୀ ଏବେ ଗଣେଶ ଆଚାର୍ଯ୍ୟଙ୍କୁ ବଲିଉଡରୁ ବହିଷ୍କାର କରିବାକୁ ଦାବି କରିଛନ୍ତି।

ସେ କହିଛନ୍ତି, ଗଣେଶ ଆଚାର୍ଯ୍ୟ ଏବେ ନୁହେଁ, ଦୀର୍ଘ ବର୍ଷ ହେଲାଣି ଇଣ୍ଡଷ୍ଟ୍ରିରେ ସଂଘର୍ଷ କରୁଥିବା କଳାକାରଙ୍କୁ ଶୋଷଣ କରି ଆସୁଛନ୍ତି। ତାଙ୍କ ପାପର କଳସ ଭରି ସାରିଛି। ଏବେ ସମୟ ଆସିଛି କି, ବଲିଉଡ୍ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ଇଣ୍ଡଷ୍ଟ୍ରି ବହିଷ୍କାର କରୁ। ସେ ଅନେକଙ୍କୁ ଶାରୀରିକ ଓ ମାନସିକ ସ୍ତର‌ରେ ଶୋଷଣ କରୁଥିବା ଜାଣି ମଧ୍ୟ କିଛି ଲୋକ ତାଙ୍କ ସହ କାମ କରୁଛନ୍ତି। ଏଭଳି କରି ସେମାନେ ଗଣେଶଙ୍କ ପାପର ଭାଗିଦାର ହେଉଛନ୍ତି। ଜଣେ ପାପୀକୁ ସମର୍ଥନ କରି ସେମାନେ ପାପୀ ହେଉଛନ୍ତି।

Image result for tanushree-dutta-to-bollywood-boycott-choreographer-ganesh-acharya Etemaad Daily

ତେବେ ୨୦୧୮ରେ #ମିଠୁ ଅଭିଯାନରେ ସାମିଲ ହେବା ସହ ତନୁଶ୍ରୀ ଅଭିନେତା ନାନା ପାଟେକର ଓ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ଯୌନ ଅସଦାଚରଣର ଅଭିଯୋଗ ଆଣିଥିଲେ। ଏବେ ଅନ୍ୟ ଜଣେ ମହିଳା ସମାନ ଅଭିଯୋଗ ଆଣିବା ପରେ ତନୁଶ୍ରୀ ପୁଣି ମୁହଁ ଖୋଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe