#ମିଠୁ ଅଭିଯୋଗ ପରେ ତନୁଶ୍ରୀ ନିଜ ସଂପର୍କରେ ଏମିତି କହିଲେ...

Advertisment
#ମିଠୁ ଅଭିଯୋଗ ପରେ ତନୁଶ୍ରୀ ନିଜ ସଂପର୍କରେ ଏମିତି କହିଲେ...

ମୁମ୍ବାଇ: ଦୀର୍ଘ ୧୦ ବର୍ଷ ତଳର ଏକ ଘଟଣାକୁ ମନେପକାଇ ସିନେ କଳାକାର ନାନା ପାଟେକରଙ୍କ ବିରୋଧରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ #ମିଠୁ ଅଭିଯୋଗ ଆଣିବା ପରେ ଏବେ ଏହା ପୂରା ଦେଶରେ ଏକ ଟ୍ରେଣ୍ଡ୍‌ ପାଲଟି ଯାଇଛି। ବିଭିନ୍ନ ମହଲରୁ ମହିଳା ଓ ପୁରୁଷମାନେ ବି ଏ ନେଇ ସ୍ୱର ଉଠାଉଛନ୍ତି। ପୂର୍ବରୁ ଯେଉଁମାନେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ସେମାନେ ଧୀରେ ଧୀରେ ସୋସିଆଲ୍‌ ମିଡିଆ ଓ ଗଣମାଧ୍ୟମରେ ନିଜ ପକ୍ଷ ରଖୁଛନ୍ତି।

ଏକ ପ୍ରକାର କହିବାକୁ ଗଲେ ଭାରତରେ #ମିଠୁ ଅଭିଯାନର ନେତ୍ରୀ ସାଜିଛନ୍ତି ତନୁଶ୍ରୀ। ୨୦୦୮ ମସିହାରେ ‘ଓକେ ହର୍ଣ୍ଣ ପ୍ଲିଜ୍‌’ ଚଳଚ୍ଚିତ୍ର ସୁଟିଂ ସମୟରେ ନାନା ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ ବୋଲି କହିବା ପରେ ଏହି ମାମଲା ଜୋର୍‌ ଧରିଥିଲା। ତାଙ୍କ ପରେ ପରେ ବହୁ ଅଭିନେତ୍ରୀ ଏ ନେଇ ନିଜର ସ୍ୱର ଉଠାଇଛନ୍ତି। ଏହି ପରିପ୍ରେକ୍ଷୀରେ ତନୁଶ୍ରୀ କହନ୍ତି, ‘କିଛି ଗୋଟାଏର ଆରମ୍ଭ କରିବା ପାଇଁ ଭଗବାନ ମୋତେ ବ୍ୟବହାର କରିଛନ୍ତି। ଯେଉଁ ଝିଅମାନେ ଲଜ୍ଜା ହେତୁ ମୁହଁ ଖୋଲି ପାରୁନଥିଲେ, ଆଶା କରୁଛି ସେମାନେ ଏବେ ସେଥିରୁ ଊର୍ଧ୍ୱକୁ ଚାଲିଯିବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe