ଏଭଳି ଶୈଳୀରେ ଶାରୀରିକ ସଂପର୍କ ପାଇଁ ଇଶାରା ଦେଇଥିଲେ ନିର୍ଦ୍ଦେଶକ, ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବଖାଣିଲେ ପୂରା ଘଟଣା

Advertisment
ଏଭଳି ଶୈଳୀରେ ଶାରୀରିକ ସଂପର୍କ ପାଇଁ ଇଶାରା ଦେଇଥିଲେ ନିର୍ଦ୍ଦେଶକ, ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବଖାଣିଲେ ପୂରା ଘଟଣା

NDTV.com

ମୁମ୍ବାଇ : ୨୦୦୩ରେ ମିସ୍‌ ଇଣ୍ଡିଆ କ୍ରାଉନ୍‌ ଜିତିଥିଲେ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା । ଏହି କ୍ରାଉନ୍‌ ଜିତିବା ପରେ ତାଙ୍କୁ ବଲିଉଡ୍‌ରେ ପ୍ରଥମ ଚାନ୍ସ ମିଳିଥିଲା । ଫିଲ୍ମ ‘ଆଶିକ୍‌ ବନାୟା’ ଏବଂ ‘ଚକୋଲେଟ’ ଭଳି ଫିଲ୍ମ କରି ସେ ଲୋକପ୍ରିୟ ହୋଇ ପାରିଥିଲେ । ଅଧିକ ଫିଲ୍ମ କରି ନ ଥିଲେ ମଧ୍ୟ ତାଙ୍କର ଯାଦୁ ଯୁବପିଢ଼ିଙ୍କ ଉପରେ ରହିଥିଲା। ୨୦୧୦ରେ ତାଙ୍କୁ ଶେଷ ଥର ପାଇଁ ପରଦା ଉପରେ ଦେଖିବାକୁ ମିଳିଥିଲା । ଏବେ ସେ ଫିଲ୍ମ ଦୁନିଆରୁ ଦୂରରେ ରହୁଥିଲେ ମଧ୍ୟ ଏତେ ଦିନର ବ୍ୟବଧାନ ପରେ ତାଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଏକ ଖବର କାଗଜକୁ ସେ ସାକ୍ଷାତକାର ଦେଇ ନିଜ ବିଷୟରେ କିଛି ଅଜଣା କଥା ଜଣାଇଛନ୍ତି ।

publive-image Filmfare

ସେ କହିଛନ୍ତି, "ମୁଁ ଏବେ ଆମେରିକାରେ ଅଛି । ଯେଉଁଠି ମୁଁ ବେଳେ ବେଳେ ଫଟୋସୁଟ୍‌ ଇଭେଣ୍ଟ କରୁଛି । ଆମେରିକା ଘରେ କାମ ଚାଲୁଥିବାରୁ ମୁଁ କିଛି ଦିନ ହେବ ମୁମ୍ବାଇ ଆସିଛି । ୩-୪ମାସ ମୁଁ ଏଠାରେ ରହିବି । ଏଠାକୁ ଆସିବା ପରେ ମୋତେ ବହୁତ ଅଫର ଆସୁଛି । କିନ୍ତୁ ମୁଁ ଏ ପର୍ଯ୍ୟନ୍ତ କ’ଣ କରିବି ଭାବି ନାହିଁ । ’ କାଷ୍ଟିଙ୍ଗ କାଉଚ୍‌କୁ ନେଇ ପ୍ରଶ୍ନ ପଚରା ଯିବା ପରେ ସେ କହିଥିଲେ ଇଣ୍ଡଷ୍ଟ୍ରିରେ ଏମିତି ଲୋକ ଅନେକ ଅଛନ୍ତି । ଯେଉଁମାନେ ସମ୍ମାନ ଦେଇ ଶାରୀରିକ ସଂପର୍କ ରଖିବାକୁ ଚାହିଁଥାନ୍ତି । ସେମାନେ ସିଧା ସିଧା ନ କହି ଇଶାରାରେ ସବୁ କିଛି କହିବା ପାଇଁ ଚେଷ୍ଟା କରିଥାନ୍ତି । ଥରେ ମୋତେ ଜଣେ ନିର୍ଦ୍ଦେଶକ କହିଥିଲେ କି କୌଣସି ବି ନିର୍ଦ୍ଦେଶକ ହିରୋଇନ୍‌କୁ ଭଲ ପାଇବା ଦରକାର । ଭଲ ପାଇବା ଥିଲେ ପରଦା ଉପରେ ଚରିତ୍ର ଭଲ ଭାବରେ ନଜର ଆସିଥାଏ । ଯାହାକୁ ଶୁଣି ମୁଁ ମନେ ମନେ ହସିଥିଲି । ଏଭଳି ଲୋକ ମୋ ଜୀବନରେ ଅନେକ ଆସିଛନ୍ତି । କିନ୍ତୁ ସିଧା ସିଧା ମୋ ଆଗରେ କେହି ବି ସେଭଳି ଡ଼ିମାଣ୍ଡ ରଖି ନାହାନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe