ନାନାଙ୍କ ପରେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଉପରେ ଏହି ଅଭିଯୋଗ ଆଣିଲେ ତନୁଶ୍ରୀ ଦତ୍ତା

Advertisment
ନାନାଙ୍କ ପରେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଉପରେ ଏହି ଅଭିଯୋଗ ଆଣିଲେ ତନୁଶ୍ରୀ ଦତ୍ତା

Free Press Journal

ମୁମ୍ବାଇ : କିଛି ଦିନ ହେବ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କୁ ନେଇ କରିଥିବା ଖୁଲାସା ଏବେ ନୂଆ ମୋଡ଼ ନେଇଛି । ପୂର୍ବରୁ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ର ଗୀତ ସୁଟିଂ ସମୟରେ ନାନା ତାଙ୍କ ସହ ଅସଦାଚରଣ କରିଥିଲେ ବୋଲି ତନୁଶ୍ରୀ ଅଭିଯୋଗ ଆଣିଥିବା ବେଳେ ଏବେ ସେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏବଂ ବଲିଉଡ୍‌ର ଖିଲାଡିି ଅକ୍ଷୟ କୁମାରଙ୍କ ଉପରେ ଏକ ନୂଆ ଅଭିଯୋଗ ଆଣିଛନ୍ତି । ଏହି ଦୁଇ ଷ୍ଟାରଙ୍କ ସହ ସେ ଅଭିନେତା ଶାହିଦ୍‌ କପୁରଙ୍କୁ ମଧ୍ୟ ନିଜ ଅବସ୍ଥା ପାଇଁ ଦାୟୀ ବୋଲି କହିଛନ୍ତି ।

publive-image India Today

ତାଙ୍କ କହିବା ଅନୁଯାୟୀ,ଯେଉଁ ଅଭିନେତା ଜଣେ ଅଭିନେତ୍ରୀଙ୍କ ଯୌନ ଶୋଷଣ କରୁଛନ୍ତି ସେ ଅଭିନେତାଙ୍କ ସହ କେହି କାମ କରିବା କଥା ନୁହେଁ। କିନ୍ତୁ ନାନା ପାଟେକର ମୋ ସହ ଏଭଳି ବ୍ୟବହାର କରିବା ସତ୍ତ୍ୱେ ରଜନୀକାନ୍ତ, ଅକ୍ଷୟ କୁମାର ଏବଂ ଶାହିଦ୍‌ଙ୍କ ଭଳି ବଲିଉଡ୍‌ର ଅନେକ ବଡ଼ ବଡ଼ କଳାକାର ଏବେ ବି ତାଙ୍କ ସହ କାମ କରୁଛନ୍ତି । ଯାହାଦ୍ୱାରା ନାନାଙ୍କ ଭଳି ଲୋକମାନଙ୍କର ଏଭଳି କାମ କରିବା ପାଇଁ ସାହାସ ବଢ଼ୁଛି । ଅଭିନେତା ନାନା ପାଟେକର,କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ନିର୍ମତା ସାମୀ ସିଦ୍ଦିକି ଏବଂ ନିର୍ଦ୍ଦେଶକ ରାକେଶ ସାରଙ୍ଗ ମୋ ଜୀବନ ନର୍କ କରି ଦେଇଥିଲେ । ଏତେ ସବୁ ପରେ ବି ସେମାନଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ତରଫରୁ କୌଣସି ଦଣ୍ଡ ଦିଆ ଯାଇ ନାହିଁ । ଆଜି ବି ବଲିଉଡ୍‌ର ବଡ଼ ବଡ଼ କଳାକାର ନାନାଙ୍କ ସହ କାମ କରୁଛନ୍ତି, ଯାହା ମୋ ହିସାବରେ ସଂପୂର୍ଣ୍ଣ ଭୁଲ ବୋଲି ତନୁଶ୍ରୀ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe