ତନୁଶ୍ରୀଙ୍କ ଧୀର ଗତି

ରିଆଲିଟି ସୋ’ ଜରିଆରେ ସିନେଜଗତରେ ପାଦ ଥାପିଥିବା ତନୁଶ୍ରୀ ପାଠପଢ଼ା ସଙ୍ଗକୁ ଅଭିନୟ କ୍ଷେତ୍ରରେ ଧୀରେ ଧୀରେ ଆଗକୁ ବଢୁଛନ୍ତି। ଅନ୍ୟ କେତେକ ନବାଗତଙ୍କ ଭଳି ଆଦୌ ତରବରିଆ ହୋଇ ସିନେମା ସାଇନ୍ କରୁନାହାନ୍ତି ସେ।

daadxz

ରିଆଲିଟି ସୋ’ ଜରିଆରେ ସିନେଜଗତରେ ପାଦ ଥାପିଥିବା ତନୁଶ୍ରୀ ପାଠପଢ଼ା ସଙ୍ଗକୁ ଅଭିନୟ କ୍ଷେତ୍ରରେ ଧୀରେ ଧୀରେ ଆଗକୁ ବଢୁଛନ୍ତି। ଅନ୍ୟ କେତେକ ନବାଗତଙ୍କ ଭଳି ଆଦୌ ତରବରିଆ ହୋଇ ସିନେମା ସାଇନ୍ କରୁନାହାନ୍ତି ସେ। ସଂପ୍ରତି ପପୁ ରାଉତଙ୍କ ନିର୍ଦ୍ଦେଶିତ ‘ତୋ ବିନା ମୋ ଜୀବନ ଅଧୁରା’ରେ କାମ କରୁଛନ୍ତି ତନୁଶ୍ରୀ। ଏଥିରେ ତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଛନ୍ତି ‘ଭୋକ’, ‘ମାୟା ଦର୍ପଣ’, ‘ଦୃଷ୍ଟିକୋଣ’, ‘ସିନ୍ଦୂର’ ଓ ‘ଡଟ୍‌ପେନ୍’ ଆଦି ଓଡ଼ିଆ ଛବିରେ ନଜର ଆସିଥିବା ଅଙ୍କିତ କୁମାର। ପ୍ରଥମ ଥର ଲାଗି ଦର୍ଶକ ବଡ଼ ପରଦାରେ ଅଙ୍କିତ-ତନୁଶ୍ରୀ ଯୋଡ଼ିଙ୍କୁ ଦେଖିବାକୁ ପାଇବେ।
ତନୁଶ୍ରୀ କହନ୍ତି, ‘‘ଆଗକୁ ପରୀକ୍ଷା ଥିବାରୁ ମୁଁ କମ୍ ସିନେମାରେ କାମ କରୁଛି। ତେବେ ଖୁବ୍ ଶୀଘ୍ର ଏକ ବଡ଼ ବ୍ୟାନର୍‌ ଛବିରେ କାମ କରିବି।’’

ସୂଚନାଯୋଗ୍ୟ, ୨୦୨୦ରେ  ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଟେଲିସିନେମା ‘ଅନୁ ଦିଦି ନଟ୍ ଆଉଟ୍’ରୁ ଅଭିନୟରେ କ୍ୟାରିଅର୍ ଅଭିନୟ କରିଛନ୍ତି ତନୁଶ୍ରୀ। ଏହାପରେ ତରଙ୍ଗର ଟେଲିସିନେମା ‘ଆମେ ତ ମିଡିଲ୍‌କ୍ଲାସ୍‌’, ‘ପ୍ରେମିକାୟ ନମଃ’ ଓ ‘ବୋଉ’ରେ ନଜର ଆସିଛନ୍ତି ସେ। ଏଣେ ତନୁଶ୍ରୀଙ୍କୁ ବଡ଼ ପରଦାରେ ପ୍ରଥମେ ‘ମହାବାହୁ’ରେ ଦେଖିବାକୁ ମିଳିଥିଲା। ଗତବର୍ଷ ତାଙ୍କ ଅଭିନୀତ ଅନ୍ୟ ଏକ ସିନେମା ‘ଆଶ୍ରମ’ ମୁକ୍ତିଲାଭ କରିଥିଲା। ଉଭୟରେ ତାଙ୍କ ଅଭିନୟକୁ ପସନ୍ଦ କରିଥିଲେ ସିନେପ୍ରେମୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe