ତାପସୀଙ୍କ ଘରେ ରେଡକୁ ନେଇ ବିଦେଶରେ ଥିବା ପ୍ରେମିକଙ୍କ ଚିନ୍ତା, ବୁଝାଇଦେଲେ କ୍ରୀଡା ମନ୍ତ୍ରୀ

Advertisment
ତାପସୀଙ୍କ ଘରେ ରେଡକୁ ନେଇ ବିଦେଶରେ ଥିବା ପ୍ରେମିକଙ୍କ ଚିନ୍ତା, ବୁଝାଇଦେଲେ କ୍ରୀଡା ମନ୍ତ୍ରୀ

photo-abp news

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ଘରେ ଆୟକର ବିଭାଗର ଚଢ଼ାଉକୁ ନେଇ ମୁହଁ ଖୋଲିଛନ୍ତି ତାପସୀଙ୍କ ପ୍ରେମିକ | ଗୋଟିଏ ପଟେ ବିରୋଧୀଦଳ ଅଭିଯୋଗ କରିଛନ୍ତି ଯେ ତାପସୀ ଏବଂ ଅନୁରାଗ, କୃଷକଙ୍କ ଆନ୍ଦୋଳନ ସପକ୍ଷରେ କହିବା ଯୋଗୁଁ ଏଭଳି ପରିସ୍ଥିତି ଭୋଗୁଛନ୍ତି | ଅନ୍ୟପଟେ ତାପସୀଙ୍କ ପ୍ରେମିକ ମାଥିୟାସ ବୋଇ କହିଛନ୍ତି ଯେ ତାପସୀଙ୍କ ପରିବାର ମାନସିକ ଚାପରେ ଅଛନ୍ତି |

ମାଥିୟାସ ବୋଇ ଜଣେ ବ୍ୟାଡମିଣ୍ଟନ ଖେଳାଳି ହୋଇଥିବାବେଳେ ବର୍ତ୍ତମାନ ଭାରତର ବ୍ୟାଡମିଣ୍ଟନ ଦଳର ପ୍ରଶିକ୍ଷକ ବା କୋଚ ଅଛନ୍ତି | ତାପସୀଙ୍କ ଘରେ ଆୟକର ରେଡକୁ ନେଇ ମାଥିୟାସ ବୋଇ କେନ୍ଦ୍ର କ୍ରୀଡା ମନ୍ତ୍ରୀଙ୍କୁ ଟ୍ୱିଟ କରି ଲେଖିଛନ୍ତି ଯେ, 'ମୁଁ ଚାପଗ୍ରସ୍ତ ଅଛି, ଗୋଟିଏ ପଟେ ମୁଁ ପ୍ରଥମ ଥର ପାଇଁ କୋଚ୍ ଭାବରେ ଟିମ୍ ଇଣ୍ଡିଆକୁ ପ୍ରତିନିଧିତ୍ୱ କରୁଛି, ଅନ୍ୟ ପଟେ ଆୟକର ବିଭାଗ ତାପସୀଙ୍କ ଘରେ ରେଡ କରୁଛି | ଆୟକର ବିଭାଗର ଏହି ରେଡ୍ ଦ୍ୱାରା ତାପସୀଙ୍କ ପରିବାର ଉପରେ ଚାପ ପଡୁଛି'।


ଆଉ ମାଥିୟାସଙ୍କ ଟ୍ୱିଟ ପରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ବୁଝେଇଦେଇଥିଲେ ଯେ, ସେ ତାଙ୍କର ସମସ୍ତ ଧ୍ୟାନକୁ 'ବୃତ୍ତିଗତ କର୍ତ୍ତବ୍ୟ' ଉପରେ କେନ୍ଦ୍ର କରିବା ଉଚିତ୍। ଭାରତର ଆଇନ ସବୁଠାରୁ ଉପରେ ହୋଇଥିବାବେଳେ ଆମକୁ ଏହାର ପାଳନ କରିବାକୁ ପଡିବ | ଏହି ମାମଲା ମୋର ଆଉ ତୁମର ଅଧିକାରଠାରୁ ବାହାରେ ହୋଇଥିବାବେଳେ ଭାରତର କ୍ରୀଡାର ହିତକୁ ନଜରରେ ରଖି ବୃତ୍ତିଗତ କର୍ତ୍ତବ୍ୟକୁ ପାଳନ କରିବା ଉଚିତ' |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe