ଯେମିତି ଥିଲେ ସେମିତି ଅଛନ୍ତି ତାପସୀ ପନ୍ନୁ

Advertisment
ଯେମିତି ଥିଲେ ସେମିତି ଅଛନ୍ତି ତାପସୀ ପନ୍ନୁ

Bollywood Hungama

‘ପିଙ୍କ୍‌’, ‘ନାମ ଶବାନା’ ଭଳି ଭିନ୍ନ ସ୍ୱାଦର ଚଳଚ୍ଚିତ୍ରରେ ଅଭିନୟ ପାରଦର୍ଶିତା ପ୍ରମାଣିତ କରିସାରିଥିବା ତାପସୀ ପନ୍ନୁ। ମନୋରଂଜନଧର୍ମୀ ଫିଲ୍ମ ଦୁନିଆରେ ସଫଳ ହୋଇଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ‘ଜୁଡ଼ଓ୍ଵା ୨’ରେ ତାଙ୍କ ଗ୍ଲାମରସ୍‌ ଅବତାରକୁ ଦର୍ଶକ ପସନ୍ଦ କରିବା ସହ, ସେ ଖୁବ୍‌ କମ୍‌ ଦିନରେ ଆଗ ଧାଡ଼ିକୁ ଆସିପାରିଛନ୍ତି। ବଜାରରେ ତାଙ୍କ ଚାହିଦା ବଢ଼ିଛି। ତେବେ, ତାଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିନାହିଁ। ସେ ଆଗ ଭଳି ସାଦା-ସିଧା ଅଛନ୍ତି; ପୂରାପୂରି ‘ଡାଉନ୍‌ ଟୁ ଆଥ୍‌ର୍’। ସେ କହୁଛନ୍ତି, ଆକାଶରେ ଉଡ଼ିବାର ଥିଲେ, କେବେଠାରୁ ଉଡ଼ୁଥାଆନ୍ତି। କେଉଁ ଦିନରୁ ପକ୍ଷ ପାଇସାରିଛି। ସେ ଠିକ୍‌ ତ କହୁଛନ୍ତି! ବଲିଉଡ୍‌ରେ ପାଦ ଦେବା ପୂର୍ବରୁ ଦକ୍ଷିଣୀ ବ୍ୟବସାୟିକ ଫିଲ୍ମ ଦୁନିଆରେ ସେ ସଫଳତା, ଅର୍ଥ, ପ୍ରତିଷ୍ଠା ପାଇସାରିଥିଲେ। ତଥାପି ସର୍ବଦା ନିଜକୁ ବିନୟୀ ଓ ରଖିଆସିଛନ୍ତି। ଗର୍ବ-ଅହଂକାର ତାଙ୍କୁ ଛୁଇଁନାହିଁ। ସେ ହିନ୍ଦୀ ଭାଷୀ ହୋଇଥିବା ସତ୍ତ୍ୱେ କାମ ଅଭାବରୁ ପ୍ରଥମେ ଦକ୍ଷିଣରେ ଭାଗ୍ୟ ପରୀକ୍ଷା କରିଥିଲେ। ଆଜିକାଲି ହିନ୍ଦୀ ଫିଲ୍ମ ପାଇଁ ନିୟମିତ ପ୍ରସ୍ତାବ ମିଳୁଥିବାରୁ, ସେ ହୃଦୟଠାରୁ ଦୂରରେ କାମ କରିବା ଲାଗି ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe