ଅଲମ୍ପିକ୍‌ରେ ରୌପ୍ୟ ପଦକପ୍ରାପ୍ତ ଏହି ଖେଳାଳୀଙ୍କୁ ବାହା ହେବେ ତାପସୀ ପନୁ!

ଅଲମ୍ପିକ୍‌ରେ ରୌପ୍ୟ ପଦକପ୍ରାପ୍ତ ଏହି ଖେଳାଳୀଙ୍କୁ ବାହା ହେବେ ତାପସୀ ପନୁ!

ମୁମ୍ବାଇ: ଏବେ ବି ବଲିଉଡରେ ଚର୍ଚ୍ଚା ହେଉଛି ଯେ ତାପସୀ ପନୁ ବ୍ୟାଡମିଣ୍ଟନ୍‌ ଖେଳାଳି ମାଥବଆସ୍‌ ବୋଙ୍କୁ ଖୁବ୍‌ଶୀଘ୍ର ବାହା ହେବେ ବୋଲି ଚର୍ଚ୍ଚା ହେଉଛି। ହଁ ସେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ। ତାପସୀ ପନୁ ଏକଥାକୁ ପ୍ରକାରାନ୍ତରେ ସ୍ୱୀକାର କରିଛନ୍ତି। ତାପସୀ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି କି କୌଣସି କ୍ରିକେଟର,ଆକ୍ଟର,ଡିରେକ୍ଟର କି ପ୍ରଡ୍ୟୁସରଙ୍କୁ ସେ ଡେଟ୍‌ କରୁନାହାଁନ୍ତି। ବିବାହ ତାଙ୍କ ଯୋଜନାରେ ଅଛି। ତାହା ଯେତେବେେଳେ ହେବାର ଥିବ ହେବ।

publive-image
ଠିକ୍‌ ସେହିପରି ବ୍ୟାଡମିଣ୍ଟନ୍‌ ଖେଳାଳି ମାଥବଆସ୍‌ ବୋ ନିଜର ଟ୍ଵିଟର୍‌ରେ ଏକ ‘ରନିଂଶାଦି’ର ଫଟୋ ପୋଷ୍ଟ କାରି ପରୋକ୍ଷରେ ତାପସୀ ପନୁଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଅଛି ସେ ତାଙ୍କୁ ବାହା ହେବାକୁ ଯାଉଛନ୍ତି ବୋଲି ଦର୍ଶାଇଥିଲେ।
ଥରେ ବ୍ୟାଡମିଣ୍ଟନ୍‌ ଖେଳାଳିଙ୍କ ସହିତ ବି ତାପସୀ ପନୁଙ୍କ ନାଆଁ ଯୋଡ଼ା ଯାଇଛି।ଏହି ଖେଳାଳି ଜଣକ ଅଲମ୍ପିକ୍‌ରେ ରୌପ୍ୟ ପଦକ ପ୍ରାପ୍ତ। ତାଙ୍କର ନାଆଁ ହେଲା ମିଥବଆସ୍‌ ବୋ। ତେବେ ବାହାଘର ତାରିଖ ସଂପର୍କରେ କିଛି ସୂଚନା ମିଳି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe