ଏହି ନାୟିକାଙ୍କର ଅଛି ଓ୍ଵଡିଂ କଂପାନି

Advertisment
ଏହି ନାୟିକାଙ୍କର ଅଛି ଓ୍ଵଡିଂ କଂପାନି

photo--timesofindia

ମୁମ୍ବାଇ: ବଲିଉଡ ଏବଂ ସାଉଥ୍‌ର ଜଣେ ନାମୀ ନାୟିକା ହେଲେ ତାପସୀ ପାନୁ । ସେ ବଲିଉଡରେ ବି କମ୍‌ ଲୋକପ୍ରିୟ ନୁହଁନ୍ତି । ତାଙ୍କୁ ଦର୍ଶକ ଚଷମେ ବଦୁର୍‌, ମେଁ ତେରା ହିରୋ , ପିଙ୍କ୍‌ ଓ ଜୁଡଓ୍ଵା-୨ ଭଳି ହିନ୍ଦୀ ସିନେମାରେ ଦେଖିଛନ୍ତି । ସେ ଇତିମଧ୍ୟରେ ଅମିତାଭ ବଚ୍ଚନ ଏବଂ ବରୁଣ ଧଓ୍ଵନ୍‌ଙ୍କ ଭଳି ଲୋକପ୍ରିୟ ଅଭିନେତାଙ୍କ ସହ କାମ କରିଛନ୍ତି। ତାପସୀ ପାନୁ ଯେ କେବଳ ଅଭିନୟକୁ ପେସା କରିଛନ୍ତି ତା’ନୁହେଁ ବରଂ ସେ ଅନ୍ୟ ଏକ ବ୍ୟବସାୟରେ ବି ହାତ ଦେଇଛନ୍ତି। ଏହାକୁ ଆପଣ ତାଙ୍କର ସାଇଡ୍‌ ବିଜିନେସ୍‌ ବୋଲି କହି ପାରନ୍ତି। ଏହା ହେଲା ଓ୍ଵଡିଂ କଂପାନି ।

publive-image navbharattimes

ହଁ ସେ ନିଜ ଭଉଣୀ ସଗୁନ୍‌ ପାନୁଙ୍କ ସହିତ ମିଶି ‘ ଦ ଓ୍ଵଡିଂ ପ୍ୟାକ୍ଟ୍ରି’ ନାମକ ଏକ ଓ୍ଵଡିଂ କଂପାନି ର ପରିଚାଳନା କରୁଛନ୍ତି । ଏହି କଂପାନି ବିବାହ ପାଇଁ ଆବଶ୍ୟକୀୟ ସମସ୍ତ ସାମଗ୍ରୀ ଯୋଗାଇଦେଉଛି । ଏହି ବ୍ୟବସାୟ ତାଙ୍କୁ ଆତ୍ମସନ୍ତୋଷ ଦେଇଛି ବୋଲି ତାପସୀ କହନ୍ତି । ସେ ଏହି ବ୍ୟବସାୟକୁ ଅଭିନୟ ସହିତ ଜାରି ରଖିବେ ବୋଲି କହିଛନ୍ତି ।ତାପସୀ ନିଜର ବ୍ୟବସାୟକୁ ଯେତିକି ଧ୍ୟାନ ଦିଅନ୍ତି ଅକ୍ଟିଂ କ୍ୟାରିଅରକୁ ସେତିକି ଗୁରୁତ୍ୱ ଦିଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe