କବିର ସିଂଙ୍କ ନିର୍ଦ୍ଦେଶିତ ଫିଲ୍ମରେ ମୁଖ୍ୟ ନାୟିକା ହେବେ ତାରା

Advertisment
କବିର ସିଂଙ୍କ ନିର୍ଦ୍ଦେଶିତ ଫିଲ୍ମରେ ମୁଖ୍ୟ ନାୟିକା ହେବେ ତାରା

ମୁମ୍ବାଇ: ଯାହା ହେଉ ଏତେଦିନେ ତାରା ଏକକ ନାୟିକା ଭାବେ ଏକ ଚଳଚ୍ଚିତ୍ରରେ ସୁଯୋଗ ପାଇଲେ। ଏକଥା କହିବାର ଅର୍ଥ ହେଉଛି ଅଭିନେତ୍ରୀ ତାରା ସୂତାରିଆ ଏଯାବତ୍ ଦୁଇ ତିନିଟି ସିନେମାରେ ଅଭିନୟ କରିଛନ୍ତି। ଏହା ମଧ୍ୟରେ ରହିଛି ‘ଷ୍ଟୁଡେଣ୍ଟସ୍ ଅଫ୍ ଦ ଇୟର୍’, ‘ମରଯାୱାଁ’ ଓ ‘ତଡ଼ପ’। ଆଗକୁ ଆସୁଛି ତାରାଙ୍କ ଅଭିନୀତ ‘ଏକ୍ ଭିଲିଆନ୍ ରିଟର୍ଣ୍ଣସ୍’ ଓ ‘ହିରୋପନ୍ତି-୨’।

ତେବେ ଏସବୁ ଚଳଚ୍ଚିତ୍ରରେ ତାଙ୍କ ସହ ଏକାଧିକ ଅଭିନେତା ଅଭିନେତ୍ରୀ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛନ୍ତି। ହେଲେ ଏଥର କବିର ସିଂ ନିର୍ଦ୍ଦେଶିତ ଓ ମୁରାଦ ଖେତାନୀ ପ୍ରଯୋଜିତ ଏକ ରହସ୍ୟମୟ କାହାଣୀରେ ତାରା ଏକା କେବଳ ମୁଖ୍ୟ ନାୟିକା ଭୂମିକାରେ ଅବତୀର୍ଣ୍ଣ ହେବେ। ଜଣେ ଝିଅ ଜୀବନ ଜିଇବା ପାଇଁ କିଭଳି ଏକା ଏକା ସଂଘର୍ଷ କରୁଛି ତାହା ଏଇ ଚଳଚ୍ଚିତ୍ରରେ ପ୍ରତିଫଳିତ ହେବ। ଶୁଣାଯାଉଛି ଏହା ୨୦୧୮ରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ‘ଆରଏକ୍ସ-୧୦୦’ର ହିନ୍ଦୀ ରିମେକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe