ୱେବ୍‌ ସିରିଜ୍‌ ‘ତାଣ୍ଡବ’ର ଟିଜର ରିଲିଜ୍‌

Advertisment
ୱେବ୍‌ ସିରିଜ୍‌ ‘ତାଣ୍ଡବ’ର ଟିଜର ରିଲିଜ୍‌

DNA India

ସୈଫ୍ ଅଲ୍ଲୀ ଖାନ୍‌ଙ୍କ ୱେବ୍‌ ସିରିଜ୍‌ ‘ତାଣ୍ଡବ’ର ଟିଜର୍‌ ମୁକ୍ତିଲାଭ କରିଛି। ଓଟିଟି ପ୍ଲାଟଫର୍ମ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ପ୍ରଦର୍ଶିତ ହେବାକୁ ଥିବା ଏହି ସିରିଜ୍‌ ୧୫ ଜାନୁଆରିରୁ ଆରମ୍ଭ ହେବାକୁ ଯାଉଛି। ହିମାଂଶୁ ମେହରା ଓ ଅଲ୍ଲୀ ଆବାସଙ୍କ ଏହି ସିରିଜ୍‌ ହେଉଛି ଏକ ପଲିଟିକାଲ୍‌ ଡ୍ରାମା। ୧ ମିନିଟ୍‌ର ଏହି ଟିଜର୍‌ର ଆରମ୍ଭ ଜନସମାବେଶ ଓ ରାଜନୈତିକ ପତକା ସହ ହୋଇଛି। ସୈଫ୍‌ ଏଥିରେ ଜଣେ ରାଜନେତା ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ଟିଜର୍‌ରେ ସୈଫ୍‌ଙ୍କ ଦମ୍‌ଦାର୍‌ ଏଣ୍ଟ୍ରି ଦେଖିବାକୁ ମିଳିଛି। ‘ତାଣ୍ଡବ’ରେ ସୈଫ୍‌ଙ୍କ ସହ ଅଭିନେତ୍ରୀ ଡିମ୍ପଲ କାପଡ଼ିଆ, ସୁନୀଲ ଗୋଭର୍‌ ଓ ତିଗ୍‌ମାଂଶୁ ଧୁଲିୟା ପ୍ରମୁଖ ଭୂମିକାରେ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe