ବର୍ଷ ସାରା ଟେଲିସିନେମା

Advertisment

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ନାୟକ ଗତବର୍ଷ ଭଳି ୨୦୨୪ରେ ମଧ୍ୟ କେବଳ ଟେଲିସିନେମା ନିର୍ମାଣରେ ମନୋନିବେଶ କରିଛନ୍ତି। ଏ ବର୍ଷ ତାଙ୍କ ନିର୍ଦ୍ଦେଶିତ ଟେଲିସିନେମା ‘ମା ପେଟରୁ...

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ନାୟକ ଗତବର୍ଷ ଭଳି ୨୦୨୪ରେ ମଧ୍ୟ କେବଳ ଟେଲିସିନେମା ନିର୍ମାଣରେ ମନୋନିବେଶ କରିଛନ୍ତି। ଏ ବର୍ଷ ତାଙ୍କ ନିର୍ଦ୍ଦେଶିତ ଟେଲିସିନେମା ‘ମା ପେଟରୁ...

dgdgdgdg

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ନାୟକ ଗତବର୍ଷ ଭଳି ୨୦୨୪ରେ ମଧ୍ୟ କେବଳ ଟେଲିସିନେମା ନିର୍ମାଣରେ ମନୋନିବେଶ କରିଛନ୍ତି। ଏ ବର୍ଷ ତାଙ୍କ ନିର୍ଦ୍ଦେଶିତ ଟେଲିସିନେମା ‘ମା ପେଟରୁ ତୁ ଜଗତଜିତା’ (ତରଙ୍ଗ), ‘ବି-ଗ୍ୟାଙ୍ଗ୍’ (ସିଦ୍ଧାର୍ଥ), ‘ସରଗପୁରରୁ ଆସିଚି ପ୍ରିୟା’ (ଜୀ-ସାର୍ଥକ), ‘ବୋହୂ ଆମର ବିଛୁଆତି’ (ତରଙ୍ଗ), ‘ଏଇ ରାକ୍ଷୀ ତୋର ରକ୍ଷାକବଚ-୨ (ଜୀ-ସାର୍ଥକ) ଓ ‘ଜେଜେମାଆ ଆମ ଚାଇନା ବମ୍’ (ତରଙ୍ଗ) ପ୍ରସାରିତ ହୋଇଛି। ସଂପ୍ରତି ସେ ‘ବାଜି ଲାଗିଛି ମୋ ଶଙ୍ଖା ସିନ୍ଦୂର’ର ନିର୍ମାଣରେ ବ୍ୟସ୍ତ ଅଛନ୍ତି। ଓଡ଼ିଶାର ଅଧିକାଂଶ ମନୋରଞ୍ଜନ ଚ୍ୟାନେଲ ପାଇଁ ସେ ନିୟମିତ ଭାବେ ଟେଲିସିନେମା ନିର୍ମାଣ କରିଆସୁଛନ୍ତି।

ଓଲିଉଡ୍‌ରେ ପାଖାପାଖି ତିନି ଦଶନ୍ଧି ଧରି ସକ୍ରିୟ ଥିବା ଅଲ୍‌ରାଉଣ୍ଡର ସଞ୍ଜୟ ନାୟକ ଚଳିତ ବର୍ଷ କେବଳ ଟେଲିସିନେମା ନିର୍ମାଣରେ ମନୋନିବେଶ କରିଛନ୍ତି।

ଓଲିଉଡ୍‌ରେ ପାଖାପାଖି ତିନି ଦଶନ୍ଧି ଧରି ସକ୍ରିୟ ଥିବା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ୨୦୦୧ରେ ମୁକ୍ତିପ୍ରାପ୍ତ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’।  ଏହା ପରଠୁ ସେ ନିୟମିତ ଭାବେ ଓଡ଼ିଆ ସିନେମା ତିଆରି କରିଆସୁଛନ୍ତି। ତାଙ୍କ ନିର୍ଦ୍ଦେଶିତ ୩୦ରୁ ଅଧିକ ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପୁଣି ଗୋଟିଏ ବର୍ଷରେ ତାଙ୍କ ନିର୍ଦ୍ଦେଶିତ ତିନିଟି ଓଡ଼ିଆ ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ରେକର୍ଡ କରିଥିଲା। ସର୍ବାଧିକ ଓଡ଼ିଆ ସିନେମା ନିର୍ମାଣ କରିଥିବା ସଞ୍ଜୟଙ୍କୁ କେହି କେହି ଓଲିଉଡ୍‌ର ଵଣ୍ଡରବୟ ବୋଲି କହିଥାଆନ୍ତି। ଯାହା ଜଣାପଡୁଛି ବର୍ତ୍ତମାନ ସେ ଟେଲିସିନେମା କ୍ଷେତ୍ରରେ ବି ଏହି ରେକର୍ଡ ସୃଷ୍ଟି କରିବାକୁ ଲାଗି ପଡ଼ିଛନ୍ତି।

କେବଳ ନିର୍ଦ୍ଦେଶନା ନୁହେଁ, ଚଳଚ୍ଚିତ୍ର ପ୍ରଯୋଜନାରେ ବି ହାତ ଦେଇଛନ୍ତି ସେ। ଏକାଧିକ ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ବି ରଚନା କରିଛନ୍ତି ସଞ୍ଜୟ। ପ୍ରେକ୍ଷାଳୟ ସିନେମା ତୁଳନାରେ ଆଜିକାର ତଥାକଥିତ ଟେଲିସିନେମା ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚୁଛି। ଏଥିରେ ପରୀକ୍ଷାନିରୀକ୍ଷା କରିବାର ଅଧିକ ସୁଯୋଗ ରହୁଛି ବୋଲି କହନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ।
-ଶିବଶଙ୍କର ଓଝା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe