ଏ ବର୍ଷ ଶେଷଭାଗରେ ଏହି ଲୋକପ୍ରିୟ ଟେଲିତାରକା ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି!

Advertisment
ଏ ବର୍ଷ ଶେଷଭାଗରେ ଏହି ଲୋକପ୍ରିୟ ଟେଲିତାରକା ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି!

YouTube

ଏ ବର୍ଷ ବଲିଉ ଡରେ ହୋଇଛି ବହୁ ହାଇପ୍ରୋଫାଇଲ୍‌ ବିବାହ। ସନେତାରକାଙ୍କ ସହି ବହୁ ଟେଲିଭିଜନ ତାରକା ବି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଚଳିତବର୍ଷର ଶେଷାର୍ଦ୍ଧରେ ଟିଭି ଇଣ୍ଡଷ୍ଟ୍ରିର ଏହି ଜଣାଶୁଣା ଲୋକପ୍ରିୟ ଯୋଡ଼ି ବିବାହ ବନ୍ଧନରେ ଆାବଦ୍ଧ ହେବେ ବୋଲି ସୂଚନା ମିଳିଛି।

୧- କାର୍ତ୍ତିକ୍‌ ଏବଂ ନାୟରା: ଛୋଟ ପରଦାର ଲୋକପ୍ରିୟ ଟିଭି ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହଲାତା ହେ’ରେ କାର୍ତ୍ତିକ ଏବଂ ନାୟରାଙ୍କ ଚରିତ୍ର ନିଭାଉଥିବା ଏହି ଦୁଇ କଳାକାର ପରସ୍ପରକୁ ୨ ବର୍ଷ ହେବ ଡେଟ୍‌ କରୁଛନ୍ତି। ଯଦି ଖବରକୁ ବିଶ୍ୱାସ କରାଯାଏ, ତେବେ ଏ ବର୍ଷ ଶେଷାର୍ଦ୍ଧ ଆଡ଼କୁ ଉଭୟ କାର୍ତ୍ତିକ୍‌ ଓ ନାୟରାଙ୍କର ବିବାହ ବନ୍ଧନରେ ଆବଦ୍ଧ ହେବେ।

publive-image Bollywoodlife.com

୨-ଆଦିତ୍ୟ ଏବଂ ରୁହି: ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଟିଭି ସିରିଏଲ୍‌ ‘ୟେ ହେ ମହବତେଁ’ର ଆଦିତ୍ୟ ଏବଂ ରୁହି ବି ସେମାନଙ୍କର ବହୁତ ଦିନର ପ୍ରେମସଂପର୍କ ପରେ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣାଯାଉଛି, ଯାହାକି ତାଙ୍କ ପ୍ରଶଂସକ ଲାଗି ବହୁତ ଖୁସି ଖବର ଅଟେ।

publive-image YouTube

୩-ରକି ଜାୟସଓ୍ଵାଲ୍‌ଏବଂ ହୀନା ଖାନ୍‌: ‘ବିଗ୍‌ବସ୍‌-୧୧’ର ପ୍ରତିଯୋଗୀ ଏବଂ ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହୋଇଥିବା ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ଅକ୍ଷରା ହୀନା ଖାନ୍‌ ଏବଂ ନୈତିକ୍‌ର ଚରିତ୍ର ନିଭାଇଥିବା ରକି ଜାୟସଓ୍ଵାଲ୍‌ଙ୍କୁ ଚଳିତ ବର୍ଷର ଶେଷ ଆଡ଼କୁ ବିବାହ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

publive-image The Indian Express

୪-ମୋହିତ୍‌ ରୈନା ଏବଂ ମୌନି ରାୟ: ଲମ୍ବା ସମୟ ଧରି ପରସ୍ପରକୁ ଡେଟ୍‌ କରିଆସୁଥିବା‘ଦେବୋଁ କା ଦେବ୍‌ ମହାଦେବ୍‌’ର ଅଭିନେତା ମୋହିତ୍‌ ରୈନା ଏବଂ ଅଭିନେତ୍ରୀ ମୌନି ରାୟଙ୍କୁ ମଧ୍ୟ ପରଫେକ୍ଟ୍‌ ଯୋଡିର ଆଖ୍ୟା ଦିଆଯାଉଛି। ଯେଉଁ କାରଣକୁ ନେଇ ଶୁଣିବାକୁ ମିଳୁଛି କି ଏ ବର୍ଷ ଶେଷ ଭାଗରେ ଏହି ଯୋଡି ବିବାହ କରିବାକୁ ଯାଉଛନ୍ତି। ସୂତ୍ର ଅନୁସାରେ ,ଅଭିନେତ୍ରୀ ମୌନି ଏବେ ଫିଲ୍ମ‘ଗୋଲ୍ଡ’ଜରିଆରେ ଅଭିନେତା ଅକ୍ଷୟ କୁମାରଙ୍କ ବିପକ୍ଷରେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି।

publive-image BollywoodShaadis.com

୫- ବରୁଣ ତୁର୍କି ଏବଂ ସୁରଭି ଜ୍ୟୋତି: ଘରେ ଘରେ ପରିଚିତ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଟିଭି ସିରିଏଲ୍‌ ‘ନାଗିନ୍‌-୩’ରେ ବେଲା ଚରିତ୍ର ନିଭାଉଥିବା ଅଭିନେତ୍ରୀ ସୁରଭି ଜ୍ୟୋତି ବି ଏ ବର୍ଷ ତାଙ୍କର ତଥାକଥିତ ବୟଫ୍ରେଣ୍ଡ୍‌ ବରୁଣ ତୁର୍କିଙ୍କୁ ବିବାହ କରିପାରନ୍ତି ବୋଲି ଖବର ପ୍ରସାରିତ ହେଉଛି।

publive-image BollywoodShaadis.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe